Tuesday, 19 Nov, 8.21 pm ଓଡିଆ ପୁଅ

ଜିଲ୍ଲା ପରିକ୍ରମା
ପରକିୟା ପ୍ରୀତିରେ ମହିଳାଙ୍କୁ ହତ୍ୟା ଅଭିଯୋଗ : ପୁନଃ ତଦନ୍ତ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଅସହାୟ ମହିଳା

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ଥାନା ଚନ୍ଦ୍ରକାଟବିନ୍ଧା ଷାଠିଉଟି ଗ୍ରାମର ଲକ୍ଷ୍ମୀସେଠୀଙ୍କ ଝିଅର ମୃତ୍ୟୁର ପୁନଃ ତଦନ୍ତ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପରକିୟା ପ୍ରୀତିରେ ତାଙ୍କ ଝିଅଙ୍କୁ ମାରିଦେଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ଲକ୍ଷ୍ମୀ ସେଠୀଙ୍କ ଝିଅ କାଜଲ ୨୦୧୭ ମସିହାରେ ଧୁଷୁରୀ ଥାନା ଅନ୍ତର୍ଗତ କାଶିମପୁର ଗ୍ରାମର ଏକାଦଶୀ ସେଠୀଙ୍କ କନିଷ୍ଠ ପୁତ୍ର ବଳରାମଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା । ଗତ ୨୬ ଅଗଷ୍ଟ ୨୦୧୯ ରିଖ ବିଳମ୍ବିତ ରାତିରେ ସ୍ୱାମୀ ବଳରାମ ଙ୍କ ସମେତ ଦେଢଶୁର କାଳନ୍ଦୀ, ଜା ରୂପା, ଶ୍ୱଶୁର ଏକାଦଶୀ ଓ ଶାଶୁ ପଦ୍ମାବତୀ ମିଳିତ ଭାବେ ମରଣାନ୍ତକ ଆକମ୍ରଣ କରି ଇଲେକ୍ଟ୍ରି କରେଣ୍ଟ ଲଗାଇ ମାରିଦେଇଥିବା ଲକ୍ଷ୍ମୀ ସେଠୀ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ମୃତା ଝିଅର ସ୍ୱାମୀ ତାର ଭାଉଜ ସହିତ ଅବୈଧ ପ୍ରେମସଂପର୍କ ପାଇଁ ଏମିତି ଏକ ଘଟିଥିବା ଏତଲାରୁ ଉଲ୍ଲେଖ ହୋଇଛି । ଏହି ଘଟଣାରେ ଧୁଷୁରୀ ଥାନାରେ ହୋଇଥିବା ମାମଲା ୧୬୪/୧୯ ରେ କେବଳ ସ୍ୱାମୀ ବଳରାମଙ୍କୁ ପୁଲିସ୍ ଗିରଫ କରି ହାତବାନ୍ଧି ବସିଛି । ଅନ୍ୟ ମୁଦାଲାମାନେ ଖୁଲମଖୁଲା ବାହାରେ ବୁଲୁଛନ୍ତି । ଟଙ୍କା ପଇସା କାରବାର କରି ପୋଷ୍ଟମଟମ୍ ରିପୋର୍ଟକୁ ମଧ୍ୟ ଦୁର୍ବଳ କରିଦିଆଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଝିଅକୁ ହରାଇଥିବା ଅସହାୟ ମା' ଫୋନ୍‌କୁ ବାରମ୍ବାର ଧମକ ମଧ୍ୟ ଆସୁଛି । ଯଦି କେଶ୍ ନଉଠାଇବୁ ତୋତେ ଜୀବନରୁ ମାରିଦେବି ବୋଲି କୁହାଯାଉଛି । ନିରୁପାୟ ହୋଇ ଏହି ମହିଳା ଜଣକ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏସ୍‌ପି ପୁନଶ୍ଚ ପୋଷ୍ଟମଟମ୍ ରିପୋର୍ଟକୁ ଛାନଭିନ୍ କରିବା ସହିତ ଅନ୍ୟ ମୁଦାଲାମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ପରକିୟା ପ୍ରୀତିରେ ମହିଳାଙ୍କୁ ହତ୍ୟା ଅଭିଯୋଗ : ପୁନଃ ତଦନ୍ତ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଅସହାୟ ମହିଳା

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odia Pua
Top