ଭୁବନେଶ୍ୱର ୮-୭ (ଓଡ଼ିଆ ପୁଅ) ରାଜ୍ୟରେ ପୁଣି ସୁସ୍ଥ ହେଲେ ୩୦୩ କରୋନା ଆକ୍ରାନ୍ତ। ଏହା ସହିତ ମୋଟ ଆରୋଗ୍ୟ ସଂଖ୍ୟା ୭୦୦୬ କୁ ବୃଦ୍ଧି ପାଇଛି। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ – ୧୨୦ ଜଣ ଗଞ୍ଜାମ ଜିଲ୍ଲାରୁ ୪୬ ଜଣ ଯାଜପୁର ଜିଲ୍ଲାରୁ ୨୮ ଜଣ ଖୋର୍ଦ୍ଧା ଜିଲ୍ଲାରୁ ୨୧ ଜଣ କଟକ ଜିଲ୍ଲାରୁ ୧୬ ଜଣ କେନ୍ଦୁଝର ଜିଲ୍ଲାରୁ ୧୪ ଜଣ ନୟାଗଡ଼ ଜିଲ୍ଲାରୁ ୯ ଜଣ ନବରଙ୍ଗପୁର ଜିଲ୍ଲାରୁ ୭ ଜଣ ପୁରୀ ଜିଲ୍ଲାରୁ ୬ ଜଣ ବରଗଡ଼ ଜିଲ୍ଲାରୁ ୫ ଜଣ ଲେଖାଏଁ ଢେଙ୍କାନାଳ, ଝାରସୁଗୁଡ଼ା ଏବଂ ମୟୁରଭଞ୍ଜ ଜିଲ୍ଲାରୁ ୪ ଜଣ ଲେଖାଏଁ ଅନୁଗୁଳ ଜିଲ୍ଲା ଏବଂ ନୂଆପଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁ ବାଲେଶ୍ୱର, କେନ୍ଦ୍ରାପଡ଼ା ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ବଲାଙ୍ଗୀର, ଜଗତସିଂହପୁର, କୋରାପୁଟ ଏବଂ ମାଲକାନାଗିରି ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି।