Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାମେଶ୍ୱର ସାହିତ୍ୟ ସଂସଦର ପାର୍ବଣ ଅଧିବେଶନ

ରାମେଶ୍ୱର ସାହିତ୍ୟ ସଂସଦର ପାର୍ବଣ ଅଧିବେଶନ

ଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକ ରାନ୍ଦିଆ ରାମେଶ୍ୱର ସାହିତ୍ୟ ସଂସଦର ପାର୍ବଣ ଅଧିବେଶନ ସନ୍ତୋଷ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସହ-ସମ୍ପାଦକ ପ୍ରାଣବନ୍ଧୁ ବିଶ୍ୱାଳ ସଂସଦର ସଭାପତି ଓ ସମ୍ପାଦକଙ୍କୁ ମଂଚାସୀନ କରିଥିଲେ । ଉପସଭାପତି ସପନ କୁମାର ଚାଟ୍ଟାର୍ଜୀ ସଭାକୁ ପୌରହିତ୍ୟ କରି ସାଂପ୍ରତିକ ସାହିତ୍ୟର ସମୀକ୍ଷା ସହ ଦିଗଦର୍ଶନ ଦେଇଥିଲେ ।

ସମ୍ପାଦକ ମୋହିନୀ ମୋହନ ମହାପାତ୍ର ସ୍ୱାଗତ ସୂଚନା ସହ ପୂର୍ବ ଅଧିବେଶନରେ ସମ୍ପୂର୍ଣ୍ଣ ବିବରଣୀ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ଉମେଶ ଚନ୍ଦ୍ର ମହାପାତ୍ର, ବୈକୁଣ୍ଠ ନାଥ ଓଝା, ଗୋକୁଳା ନନ୍ଦ ରାଉତ, ନାରାୟଣ ପାଢୀ, ଉଷାରାଣି ଜେନା, ପୂଜାରାଣୀ ଘୋଷ ପ୍ରମୁଖ ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାଧ୍ୟାପକ ସୁରଞ୍ଜନ ପଣ୍ଡା ନିଜର ବକ୍ତବ୍ୟରେ ମାଟି ଓ ମଣିଷ ମଧ୍ୟରେ ଅଭେଦ୍ୟ ସଂପର୍କର ତୁଳନାତ୍ମକ ବର୍ଣ୍ଣନା ସହ ଆର୍ନ୍ତଜାତୀୟ ସ୍ତରର ଚରିତ୍ର ମାନଙ୍କର ବିଶ୍ଳେଷଣ କରିଥିଲେ । ପ୍ରାଧ୍ୟାପକ ମାଧବ ଚନ୍ଦ୍ର ଜେନା ଲେଖନୀୟ ଅଭିବ୍ୟକ୍ତି ସହ ଆଧୁନିକ ଯୁଗର ସାହିତ୍ୟ ଓ ସାହିତ୍ୟିକ ସମ୍ପର୍କୀୟ ସୁନ୍ଦର ମତ ଉପସ୍ଥାପନ କରିଥିଲେ । ସଭାଗୃହଟି ଉଚ୍ଚକୋଟୀର ସାହିତ୍ୟିକ ମାନଙ୍କ ଗହଣରେ ପରିପୂର୍ଣ୍ଣ ଥିଲା । ଡ଼.ରାଇମୋହନ ମହାପାତ୍ର, କବି ଅମୀୟ କୁମାର ମହାପାତ୍ର, ରମାକାନ୍ତ ଗାହାଣ, ଧନୁର୍ଜୟ ସେଠୀ , ଶ୍ରଦ୍ଧାନନ୍ଦ ପାଣିଗ୍ରାହୀ, ବାଙ୍କନିଧି ସେଣ୍ଢ, ବିନୋଦ ବିହାରୀ ବରାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua