Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶକ୍ତିକେନ୍ଦ୍ର ସ୍ତରୀୟ ସାଂଗଠନିକ ବୈଠକ ନେଲେ ସାଂସଦ

ଶକ୍ତିକେନ୍ଦ୍ର ସ୍ତରୀୟ ସାଂଗଠନିକ ବୈଠକ ନେଲେ ସାଂସଦ

ଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ବ୍ୟକ୍ତିବାଦ ନୁହେଁ ରାଷ୍ଟ୍ରବାଦ ନେଇ କାମ କରେ ,ନିର୍ବାଚନରେ ଜିତିବା ହାରିବା ନୁହେଁ ଦେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ ଆସିଛି ଦଳ । କର୍ମୀ ମାନେ ନିରନ୍ତର ଭାବେ ରାଷ୍ଟ୍ର ଭାବନା ନେଇ କାର୍ଯ୍ୟ କରିଥାନ୍ତି ବୋଲି ଆଜି ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଏହି ବ୍ଲକ୍ ଗୋପୀନାଥପୁର ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର ପରିସରରେ ଆୟୋଜିତ ପଦାଧିକାରୀ ବୈଠକରେ ମତ ପ୍ରକାଶ କରିଥିଲେ।

ଶକ୍ତିକେନ୍ଦ୍ର ପ୍ରମୁଖ,ସହ ପ୍ରମୁଖ,ବୁଥ ସଭାପତି,ସମ୍ପାଦକ, ବିଏଲ୍‌ଏ, ୱାଟସାପ , ମନକିବାତ ,ଲାଭାର୍ôଥ ପ୍ରମୁଖଙ୍କ ଦାଇତ୍ୱ କର୍ତବ୍ୟ ନେଇ ଦଳୀୟ କର୍ମୀଙ୍କୁ ମାର୍ଗଦର୍ଶନ କରିଥିଲେ। ବ୍ଲକ୍ ଅଧକ୍ଷ ମନୋରଂଜନ ଘଡ଼େଇ,ମଣ୍ଡଳ ପ୍ରଭାରୀ ରଞ୍ଜିତ ମହାପାତ୍ର,ମଣ୍ଡଳ ସଭାପତି ଅମୁଲ୍ୟରତ୍ନ ନନ୍ଦ,ପଞ୍ଚାୟତ ପ୍ରଭାରୀ ହେମନ୍ତ ସିଂହ,ସାଧାରଣ ସମ୍ପାଦକ ସୁବାଷ ପଣ୍ଡା,ଶକ୍ତିକେନ୍ଦ୍ର ପ୍ରମୁଖ କାଳନ୍ଦି ନାୟକ,ବରିଷ୍ଠ କାର୍ଯ୍ୟକର୍ତ ବିଷ୍ଣୁ ପଣ୍ଡା, ମଦନ ମୋହନ ଦାଶ,କରୁଣା କର ସାହୁ ଉପସ୍ଥିତ ଥିବା ବେଳେ ଏସଆଇଆର ଓ ମନକିବାତ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ଅପରାହ୍ନରେ ବିଟିପୁର ଶକ୍ତିକେନ୍ଦ୍ର ବୈଠକ ଅନୁଷ୍ଠିତ ହୋଇଛି। ଶକ୍ତିକେନ୍ଦ୍ର ପ୍ରମୁଖ ଚିନ୍ମୟ ମହାପାତ୍ରଙ୍କ ଆବାହକତ୍ୱରେ ମଣ୍ଡଳ ସଭାପତିଙ୍କ ସମେତ ପ୍ରଭାରି ପ୍ରତିମା ସାହୁ,ଜିଲ୍ଲା କାର୍ଯ୍ୟକାରିଣୀ ଶିବାନନ୍ଦ ଦାଶ ଅଧିକାରୀ,ଉପ-ସଭାପତି ହେମନ୍ତ ସିଂହ,ସାଧାରଣ ସମ୍ପାଦକ ଅଶୋକ ପରିଡ଼ା, ବରିଷ୍ଠ କାର୍ଯ୍ୟକର୍ତା ଅନିରୁଦ୍ଧ ସିଂହ , ରାଜିବ ଲୋଚନ ରାୟ,ପ୍ରଫୁଲ୍ଲ ସିଂହ, ପୟୋଧର ବାରିକ,ପ୍ରଫୁଲ୍ଲ ମହାନ୍ତି, ବସନ୍ତ ପତି,ବାବୁରାମ ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇ ଥିଲେ ।ଅନୁରୂପ ଭାବେ ମହାନ୍ତିପଡା ଠାରେ ବୈଠକ ଅନୁଷ୍ଠିତ ହୋଇଛି। ସମିତି ସଭ୍ୟ ନିର୍ମଳ ନାୟକ, ଚିନ୍ତାମଣି ମହାରଣା, କିରଣମୟୀ ବେହେରା, ଶାନ୍ତିଲତା ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua