Dailyhunt
ଶ୍ରୀ ରାମଦୟା ପରିଷଦ ସୌଜନ୍ୟରୁ ମ୍ୟାଟ୍ରିକ ବ୍ଲକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଶ୍ରୀ ରାମଦୟା ପରିଷଦ ସୌଜନ୍ୟରୁ ମ୍ୟାଟ୍ରିକ ବ୍ଲକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ଏହି ଜିଲାର ଧାମନଗର ବ୍ଲକ ବଜାର ସ୍ଥିତ ରାମମନ୍ଦିର ପରିସରରେ ଶ୍ରୀ ରାମଦୟା ପରିଷଦ ସୌଜନ୍ୟରୁ ବ୍ଲକ ସ୍ତରରେ ମ୍ୟାଟ୍ରିକ-୨୦୨୬ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଥିବା ମେଧାବୀ ଛାତ୍ର ସାଇ ସାର୍ଥକ ନାୟକଙ୍କୁ ଉତ୍ସାହଭରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ତାଙ୍କ ଉତ୍କୃଷ୍ଟ ସଫଳତା ପାଇଁ ପୁଷ୍ପଗୁଚ୍ଛ, ଉତରୀୟ ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।

ଆୟୋଜିତ ସମ୍ବର୍ଦ୍ଧନା ସଭାରେ ହେମେନ୍ଦ୍ର ନାଥ ମହାନ୍ତି ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆନନ୍ଦ ଚନ୍ଦ୍ର ଦାସ, ଭାବଗ୍ରାହୀ ଖୁଂଟିଆ, ଚିତରଞ୍ଜନ ଦାଶ, ମନୋଜ କୁମାର ସିଂହ, ସୁରେନ୍ଦ୍ର କୁମାର ସେଠୀ, ସୁବାସ ଚନ୍ଦ୍ର ନାୟକ, ନରେଶ ଚନ୍ଦ୍ର ମହାନ୍ତି, ଶ୍ରୀଧର ନନ୍ଦ ଓ ମାନଗୋବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବକ୍ତାମାନେ କହିଥିଲେ ଯେ, ଛାତ୍ରଛାତ୍ରୀମାନେ ଅଧ୍ୟବସାୟ, ନିୟମିତ ପଢ଼ାଶୁଣା ଓ ଶିକ୍ଷକ-ଅଭିଭାବକଙ୍କ ପରାମର୍ଶକୁ ଅନୁସରଣ କଲେ ନିଶ୍ଚୟ ସଫଳତା ଲାଭ କରିପାରିବେ। ସାଇ ସାର୍ଥକଙ୍କ ସଫଳତା ଧାମନଗର ବ୍ଲକ ପାଇଁ ଗୌରବର ବିଷୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଶେଷରେ ଅତିଥିମାନେ ମେଧାବୀ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇ ଭବିଷ୍ୟତରେ ଉଚ୍ଚ ଶିକ୍ଷାରେ ଆହୁରି ସଫଳତା ଅର୍ଜନ କରି ଅଂଚଳର ନାମ ଉଜ୍ଜ୍ୱଳ କରିବେ ବୋଲି ଆଶା ପ୍ରକାଶ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua