Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ତିହିଡି ବ୍ଲକରେ ବନ୍ୟା ମୁକାବିଲା, ନେଇ ଭାଜପାର ସାମ୍ବାଦିକ ସମ୍ମିଳନୀ, ଜୀବନକୁ ବିପନ୍ନକରି ବିପନ୍ନ ପାଖରେ ପହଞ୍ଚିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ,ବନ୍ୟା ମୁକାବିଲାରେ ପ୍ରଶାସନ ସଫଳ

ତିହିଡି ବ୍ଲକରେ ବନ୍ୟା ମୁକାବିଲା, ନେଇ ଭାଜପାର ସାମ୍ବାଦିକ ସମ୍ମିଳନୀ, ଜୀବନକୁ ବିପନ୍ନକରି ବିପନ୍ନ ପାଖରେ ପହଞ୍ଚିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ,ବନ୍ୟା ମୁକାବିଲାରେ ପ୍ରଶାସନ ସଫଳ

ଦ୍ରକ, ୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବିଜେପି ପକ୍ଷରୁ ମନ୍ଦୋଦରୀ କଲ୍ୟାଣ ମଣ୍ଡପରେ ମଙ୍ଗଳବାର ସନ୍ଧ୍ୟାରେ ବନ୍ୟା ମୁକାବିଲା ନେଇ ଏକ ସାମ୍ବାଦିକ ସମ୍ମିଳନୀ ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତହୋଇଯାଇଛି ି। ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର ଯୋଗ ଦେଇ କହିଥିଲେ ଯେ , ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ନିଜ ଜୀବନକୁ ବିପନ୍ନ କରି ସମର୍ପଣ ଭାବରେ ବିପନ୍ନଙ୍କ ନିକଟରେ ପହଞ୍ଚି ସେମାନଙ୍କର ଦୁଃଖ ବୁଝିଛନ୍ତି।

ବିଗତ ବିଜେଡି ସରକାର ସମୟରେ କୌଣସି ମନ୍ତ୍ରୀ ଏପରି ସେବା ମନୋବୃତ୍ତି ନେଇ କାର୍ଯ୍ୟକରିନଥିଲେ।ବନ୍ୟା ମୁକାବିଲାରେ ସରକାର ସଫଳ ହୋଇଛନ୍ତି କ୍ଷ ବିଶେଷ ବିଡ଼ିଓ ନିରଞ୍ଜନ ବାରିକଙ୍କ ନେତୃତ୍ୱରେ ବ୍ଲକ ପ୍ରଶାସନ ବନ୍ୟା ପରିସ୍ଥିତିକୁ ସାମ୍ମାକରି ବିପନ୍ନଙ୍କୁ ରନ୍ଧା ଓ ଶୁଖିଲାଖାଦ୍ୟ, ପାଣି ବୋଟଲ , ପଲିଥିନ ଯୋଗାଇଦେବାରେ ସଫଳ ହୋଇଛି।ମନ୍ତ୍ରୀ ଶ୍ରୀ ସୁରଜ ୩ଦିନ ଧରି ବନ୍ୟା ପ୍ଲାବିତ ବିଭିନ୍ନ ଅଞ୍ଚଳକୁ ଯାଇ ରନ୍ଧା ଖାଦ୍ୟର ମନ ଯାଞ୍ଚ କରିବା ସହ ଜଣେ କେହି ବିପନ୍ନ ଯେପରି ଭୋକରେ ନରହନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରୀ ସୂରଜ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେି। ମନ୍ତ୍ରୀ ସୂରଜ ଯେପରି ବନ୍ୟାପ୍ଲାବିତ ବହୁ ଅପହଞ୍ଚ ଗାଁକୁ ଯାଇ ସାହସର ସହିତ ବନ୍ୟାର ମୁକାବିଲା କରିଛନ୍ତି ସେଥିପାଇଁ ତାଙ୍କ କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଥିଲେି। ଦଳର ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ବନ୍ୟାଞ୍ଚଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେି। ପ୍ରଥମେ ଜିଲ୍ଲାପାଳ ଡ଼.

ଦିଲ୍ଲୀପ ରାଉତରାଏ ଓ ପରେ ଜିଲାପାଳ ସୋମେଶ ଉପାଧ୍ୟାୟଙ୍କ ସହ ଆଲୋଚନା କରି ବିପନ୍ନମାନେ ଯେପରି କୌଣସି ସମସ୍ୟାରେ ନପଡ଼ନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଲିକ, ବରିଷ୍ଠ ନେତା ମୁକ୍ତିକାନ୍ତ ନାୟକ, ମଣ୍ଡଳ ସଭାପତି ସରୋଜ କୁମାର ନାୟକ, ସାଇଶରଣ ବେହେରରା ଓ ଅଜୟ କୁମାର ମହାନ୍ତି, ଭାଜପା ପ୍ରଭାରୀ ପ୍ରମୋଦ ଦାସ ଓ ତପନ ପାଢ଼ୀ, ସରପଞ୍ଚ ପ୍ରଦୀପ ବଳ, ସମିତିସଭ୍ୟ ଚିନ୍ତାମଣି ଦାସ ପ୍ରମୁଖ ଯୋଗଦେଇ ବନ୍ୟା ବିପନ୍ନଙ୍କୁ ପ୍ରଥମ ଥର ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଥିଲା ି। ପ୍ରଳୟଙ୍କାରୀ ବନ୍ୟା ହୋଇଥିଲେ ବି ପ୍ରଶାସନ ସଫଳତାର ସହିତ ଏହାର ମୁକାବିଲା କରିଛି ବୋଲି କହିବା ସହ ବିରୋଧୀ ବିଜେଡ଼ିର ନକରାତ୍ମକ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଥିଲେ ି। ମନ୍ତ୍ରୀ ସୂରଜ ଉପସ୍ଥିତ ରହି ବନ୍ୟା ପରିସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖିଥିଲେି। ପରେ ଦଳ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ବିପନ୍ନଙ୍କୁ ଦିଆଯାଇଥିବା ସହାୟତା ଏବଂ ବଣ୍ଟନ ହୋଇଥିବା ଗୋଖାଦ୍ୟ ସମ୍ପର୍କରେ ସୂଚନା ଦିଆଯାଇଥିଲାି। ଅନ୍ୟମାନଙ୍କ ମଧ୍ୟରେ ଶକ୍ତିପ୍ରମୁଖ ମନୋଜ ଦାସ,ପ୍ରଭାରୀ ଆଲୋକ ପ୍ରିୟଦର୍ଶୀ ଉପସ୍ଥିତଥିଲେ। ଶେଷରେ ସାହାଡ଼ାଶୁଣି ମଣ୍ଡଳ ସଭାପତି କେଶବ ବେହେରା ଧନ୍ୟବାଦ ଦେଇଥିଲେ ି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odia Pua