Friday, 22 Jan, 12.51 pm Odia Sambada

Posts
ଜାନୁଆରୀ ୩୦ରେ ଦୁଇ ମିନିଟ ପାଇଁ ନିରବ ରହିବ ସାରା ଭାରତ, କେନ୍ଦ୍ର ସରକାର ଜାରି କଲେ ଆଦେଶ,ଜାଣନ୍ତୁ କଣ ପାଇଁ ନିରବ ରହିବ ଭାରତ ?

କେନ୍ଦ୍ର ବର୍ତ୍ତମାନ ନେତାଜୀ ସୁଭାଷଙ୍କ ଜନ୍ମଦିନକୁ ବୀରତ୍ୱର ଦିନ ଭାବେ ପାଳନ କରିବା ନିଷ୍ପତ୍ତି ପରେ ଏବେ ଶ-ହୀ-ଦ-ଙ୍କ ସମ୍ମାନାର୍ଥେ ଆଉ ଏକ ନିଷ୍ପତ୍ତି ନେଇଛି | ମହାତ୍ମା ଗାନ୍ଧୀଙ୍କ ମୃ-ତ୍ୟୁ ତାରିଖକୁ ପ୍ରତିବର୍ଷ ଜାନୁଆରୀ ୩୦ତାରିଖକୁ ଶ-ହୀ-ଦ ଦିବସ ଭାବରେ ପାଳନ କରାଯାଏ | କେନ୍ଦ୍ର ସରକାର ନୁଆଁ ଆଦେଶରେ ଶ-ହୀ-ଦ ଦିବସରେ ଦେଶର ସ୍ୱାଧୀନତା ପାଇଁ ବ-ଳି-ଦା-ନ ଦେଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ଦୁଇ ମିନିଟ ପାଇଁ ନିରବତା ରଖିବାକୁ କହିଛନ୍ତି |

କେନ୍ଦ୍ର ସରକାର ଶ-ହୀ-ଦ ଦିବସ ଅର୍ଥାତ ଜାନୁଆରୀ ୩୦କୁ ନେଇ ଏଥର ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି | ଏହି ଦିନ ସ୍ୱାଧୀନତା ପାଇଁ ବ-ଳି-ଦା-ନ ଦେଇଥିବା ବ୍ୟକ୍ତିଙ୍କୁ ସ୍ମରଣ କରାଯିବ | କେନ୍ଦ୍ର ସରକାରଙ୍କ ନୂତନ ଆଦେଶରେ ଏହି ଦିନକୁ ପ୍ରତ୍ୟେକ ଥର ଭଳି ଶ-ହୀ-ଦ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି | କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏହାକୁ ନେଇ ଆବଶ୍ୟକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି | ଏହି ନୂତନ ଆଦେଶରେ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଲୋକଙ୍କୁ ମନେ ରଖିବାକୁ ୧୧ ଟାରୁ ଦୁଇ ମିନିଟର ନିରବତା ରଖିବାକୁ କୁହାଯାଇଛି | ଏହି ସମୟରେ କାର୍ଯ୍ୟ ଏବଂ ଗତିବିଧି ଉପରେ ନିଷେଧାଦେଶ ରହିବ | .

୧୧ଟା ପୂର୍ବରୁ ସତର୍କ କରିଦିଆଯିବ :- .

ନିର୍ଦ୍ଦେଶ ଅନୁଯାୟୀ, ଜାନୁଆରୀ ୩୦ ରେ ସକାଳ ୧୧ଟାରୁ ଦୁଇ ମିନିଟ ନୀରବତା ରଖାଯିବ | ଏହା ସହିତ ସାରା ଦେଶରେ ସେହି ଦୁଇ ମିନିଟ ପାଇଁ କୌଣସି କାର୍ଯ୍ୟ କିମ୍ବା ଶବ୍ଦ ହେବ ନାହିଁ ଅର୍ଥାତ ସେହି ସମୟରେ ସାରା ଦେଶ ନିରବ ହୋଇଯିବ | ଯେଉଁଠାରେ ଯେଉଁ ବ୍ୟବସ୍ଥା ରହିଛି, ସେଠାରେ ସେହି ଉପାୟରେ ୧୦.୫୯ ସମୟରେ ସତର୍କ କରିଦିଆଯିବ | ଯେଉଁ ସ୍ଥାନଗୁଡିକରେ ସାଇରନ ବ୍ୟବସ୍ଥା ରହିଛି, ସେଠାରେ ସାଇରନ ବଜାଇ ନୀରବତା ନିମନ୍ତେ ମନେ ପକାଇ ଦିଆଯିବ | କେତେକ ସ୍ଥାନରେ ଆର୍ମି ବନ୍ଧୁକରୁ ଗୁଳି ଚଳାଇ ସନ୍ଦେଶ ଦିଆଯିବ | ନିର୍ଦ୍ଦେଶରେ କୁହାଯାଇଛି ଯେ ପୂର୍ବରୁ ନୀରବତା ସମୟରେ କିଛି କାର୍ଯ୍ୟାଳୟ ଚାଲୁଥିଲା, ଏବେ ଏହାକୁ କଡାକଡି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | .

କୁହାଯାଉଛି ଯେ, ମହାତ୍ମା ଗାନ୍ଧୀଙ୍କର ଜାନୁଆରୀ ୩୦,୧୯୪୮ ରେ ଦିଲ୍ଲୀର ବିର୍ଲା ଭବନରେ ସନ୍ଧ୍ୟା ପ୍ରାର୍ଥନା ସଭା ସମୟରେ ଗୁଳି କରି ହ-ତ୍ୟା କରାଯାଇଥିଲା | ସେହି ଦିନଠାରୁ ପ୍ରତିବର୍ଷ ଜାନୁଆରୀ ୩୦ତାରିଖରେ ଶ-ହୀ-ଦ ଦିବସ ଭାବରେ ପାଳନ କରାଯାଏ ଏବଂ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ | ଏହି ଅବସରରେ ଏକ ସ୍ୱତନ୍ତ୍ର ଶ୍ର-ଦ୍ଧା-ଞ୍ଜ-ଳି ସଭାର ମଧ୍ୟ ଆୟୋଜନ କରାଯାଇଥାଏ | .

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odia Sambada
Top