Posts
କରୋନା ଟୀକା ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ, ୫ ଜଣଙ୍କ ମୃତ୍ୟୁ

କରୋନା ଟିକା ପ୍ରସ୍ତୁତ କରୁଥିବା ପୁଣେରେ ଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବିଲ୍ଡିଂରେ ଆଜି ଅଗ୍ନିକାଣ୍ଡ ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ବିଲଡିଂ ମଧ୍ୟରୁ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବିଲ୍ଡିଂରେ ନିଆଁ ଲାଗିଥିଲା ମଧ୍ୟ ଏହା ଭିତରେ ଥିବା ଟିକା ଉତ୍ପାଦନ ୟୁନିଟି ଓ ଟିକା ସଂରକ୍ଷଣ ୟୁନିଟି ସଂପୂର୍ଣ୍ଣ ସୁରକ୍ଷିତ ରହିଛି।
ଆଜି ଅପରାହ୍ନ ୨.୪୫ ମିନିଟରେ ହଠାତ୍ ସେରମ ଇନଷ୍ଟିଚ୍ୟୁଟର ମଞ୍ଜରୀ ଅଞ୍ଚଳରେ ଥିବା ଟର୍ମିନାଲ-୧ର ଗେଟ୍ ନିକଟରେ ଭୟଙ୍କର ନିଆଁ ଲାଗି ଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବା ପାଇଁ ୧୨ଟି ଦମକଳ ବାହିନୀ ନିୟୋଜିତ କରାଯାଇଛି। ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ମଧ୍ୟରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ।
ପୁଲିସ୍ ପ୍ରଶାସନ ପକ୍ଷରୁ ସୂଚନା ଅନୁସାରେ, ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ କେହି ପ୍ରାଣ ହରାଇ ନାହାନ୍ତି। କିନ୍ତୁ, ଏବେ ବିଲ୍ଡିଂ ମଧ୍ୟରୁ ୫ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପୁଣେ ମେୟର ମୁରଲୀଧର କହିଛନ୍ତି ଯେ, ସେରମ ବିଲଡିଂ ମଧ୍ୟରୁ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଦେହ ଗୁଡ଼ିକୁ ଆମ ଯବାନ ମାନେ ଉଦ୍ଧାର କରିଛନ୍ତି। ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡିନାହିଁ। କିନ୍ତୁ, ଶଟସିର୍କିଟ ଯୋଗୁଁ ଏହିଭଳି ଘଟଣା ଘଟିଥିବା ଆଶଙ୍କା କରାଯାଉଛି।
ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଆଦର ପୁନାୱାଲା ମଧ୍ୟ ମୃତାହତ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, କୋଭିସିଲ୍ଡ ଟିକା ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି। ପୂର୍ବଭଳି ଟିକା ଉତ୍ପାଦନ କାର୍ଯ୍ୟ ବନ୍ଦ କରାଯାଇଛି। କାରଣ, ସେରମ ପକ୍ଷରୁ ତିଆରି କରାଯାଉଥିବା ନୂଆ ବିଲଡିଂରେ ହିଁ ଏହି ଅଗ୍ନିକାଣ୍ଡ ଘଟିଛି। ମୃତାହତ ସମ୍ପର୍କ ବିଷୟରେ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। କିନ୍ତୁ, ଏବେ ଆମ ପାଖରେ ଅତ୍ୟନ୍ତ ଦୁଃଖଦ ଖବର ଶୁଣିବାକୁ ମିଳୁଛି।
ଭାରତରେ କୋଭିସିଲ୍ଡ ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ସେରମ ପକ୍ଷରୁ ପୂର୍ବରୁ ହିଁ ୫୦ରୁ ୬୦ ମିଲିୟନ କରୋନା ଟିକା କୋଭିସିଲ୍ଡ ପ୍ରସ୍ତୁତ କରାଯାଇଛି। ଆଜିର ଅଗ୍ନିକାଣ୍ତ ହେବା ଦ୍ବାରା ଏହା ଉପରେ କ’ଣ ପ୍ରଭାବ ପକାଇଛି, ତାହା ସ୍ପଷ୍ଟ ଭାବରେ ଜଣାପଡ଼ିନାହିଁ।