Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୩୦ ବଲ୍‌ରୁ ଅଭିଷେକଙ୍କ ଶତକ

୩୦ ବଲ୍‌ରୁ ଅଭିଷେକଙ୍କ ଶତକ

ODIASpotNEWS 1 day ago

ନୂଆଦିଲ୍ଲୀ: ଅଭିଷେକ ଶର୍ମାଙ୍କ ଧୂଆଁଧାର ଶତକ ବଲ୍‌ରେ ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ମୂଳପୋଛ ଭାବେ ଜିତିନେଇଛି। ଗୁରୁବାର ଖେଳାଯାଇଥିବା ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଶ୍ରେୟସ ଆୟରଙ୍କ ଦଳ ୧୨୭ ରନ୍‌ର ବଡ଼ ବିଜୟ ସହ ଏହି ଗୌରବ ଅର୍ଜନ କରିଛି। ଆଫଗାନିସ୍ତାନ ଟସ୍‌ ଜିତି ପ୍ରଥମେ ‌କ୍ଷେତ୍ରରକ୍ଷଣ କରିଥିଲା।

ଭାରତ ପାଳିକୁ ପ୍ରଥମରୁ ହିଁ ଗତିଶୀଳ ରଖିଥିଲେ ଅଭିଷେକ ଶର୍ମା ଓ ସଂଜୁ ସାମସନ୍‌। ପ୍ରଥମ ଓଭରରୁ ମାତ୍ର ୫ ରନ୍‌ ଆଦାୟ କରିଥିଲେ ମଧ୍ୟ ପାୱାର ପ୍ଲେ' ୬ ଓଭର ସୁଦ୍ଧା ଭାରତ କୌଣସି ୱିକେଟ୍‌ ନହରାଇ ଠିକ୍‌ ୧୦୦ ରନ୍‌ ପୂର୍ଣ୍ଣ କରିଥିଲା। ଅଭିଷେକ ୧୬ ବଲ୍‌ରୁ ୫୦ ଏବଂ ୩୦ ବଲ୍‌ରୁ ଶତକ ପୂର୍ଣ୍ଣ କରିଥିଲେ।
ତଥାପି ଦ୍ରୁତତମ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଭାରତୀୟଙ୍କ ମଧ୍ୟରେ କିନ୍ତୁ ରୋହିତ ଶର୍ମାଙ୍କ ୩୫ ବଲ୍‌ ଶତକକୁ ଅତିକ୍ରମ କରିଯାଇଥି‌ଲେ। ଅଭିଷେକ-ସଂଜୁ ପ୍ରଥମ ୱିକେଟ୍‌ ପାଇଁ ୯.୫ ଓଭରରେ ୧୪୨ ରନ୍‌ ଉଠାଇଥିଲେ। ସଂଜୁ ଅର୍ଦ୍ଧଶତକ (୩୫ ବଲ୍‌ରୁ ୫୦) ହାସଲ କରିଥିଲେ। ଅଭିଷେକ ୩୪ ବଲ୍‌ରୁ ୧୦୮ ରନ୍‌ କରିଥିଲେ। ଏହା ପରେ ରନ୍‌ ଗତିକୁ ବଜାୟ ରଖିବା ଚକ୍କରରେ ତିଳକ ବର୍ମା, ଶ୍ରେୟସ ଆୟର, ଈଶାନ କିଶନ ରନ୍‌ ଆଉଟ୍‌ ହୋଇଯାଇଥିଲେ। ତଥାପି ଭାରତ ୨୨୧ ରନ୍‌ ସଂଗ୍ରହ କରି ନେଇଥିଲା। ଶେଷକୁ ନୀତୀଶ କୁମାର ରେଡ୍ଡୀ ଓ ରବି ବି‌ଷ୍ଣୋଇ ୩-୩ ୱିକେଟ୍‌ ଅକ୍ତିଆର କରି ଆଫଗାନିସ୍ତାନକୁ ୯୪ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS