Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୫ ଦିନରେ କେରଳମ୍‌ ଛୁଇଁବ ମୌସୁମି

୫ ଦିନରେ କେରଳମ୍‌ ଛୁଇଁବ ମୌସୁମି

ODIASpotNEWS 1 week ago

ଭୁବନେଶ୍ବର: ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ- ପଶ୍ଚିମ ମୌସୁମି ବାୟୁ କେରଳମ୍‌ ଏବଂ ତାମିଲନାଡ଼ୁର କିଛି ଅଞ୍ଚଳ ଛୁଇଁବାର ସମ୍ଭାବନା ରହିଛି। ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଶନିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମୌସୁମି ବୁଲେଟିନରେ ଏହା ସ୍ପଷ୍ଟ କରିଛି। ସାଧାରଣତଃ ଦକ୍ଷିଣ- ପଶ୍ଚିମ ମୌସୁମି ବାୟୁ ଜୁନ ୧ରେ କେରଳମ୍‌ ଛୁଇଁଥାଏ।

ତେବେ ଚଳିତବର୍ଷ ମେ' ୨୬ରେ ମୌସୁମି କେରଳମ୍‌ ଛୁଇଁବ ବୋଲି ଆଇଏମଡି ପୂର୍ବାନୁମାନ କରିଥିଲା। ଯାହା ପରବର୍ତ୍ତୀ ସମୟରେ ଭୁଲ ପ୍ରମାଣିତ ହୋଇଥିଲା। ସଦ୍ୟତମ ବିଶ୍ଲେଷଣ ଅନୁଯାୟୀ ଆସନ୍ତା ୫ ଦିନରେ ମୌସୁମି କେରଳମ୍‌ ଛୁଇଁବ ବୋଲି ଆଇଏମଡି କହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS