Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୫ରେ ଆସିବ ଚିଠା ଭୋଟର ତାଲିକା

୫ରେ ଆସିବ ଚିଠା ଭୋଟର ତାଲିକା

ODIASpotNEWS 3 months ago

ଆସନ୍ତା ୫ ତାରିଖରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା। ଏନେଇ ଗତକାଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା SIRର ଫର୍ମ ବଣ୍ଟନ ଓ ସଂଗ୍ରହ, ଡିଜିଟାଇଜେସନର ଅଗ୍ରଗତି ଏବଂ ଚିଠା ଭୋଟର ତାଲିକା ପ୍ରକାଶନ ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା।

ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କୁ ଚିଠା ଭୋଟର ତାଲିକା ଯାଞ୍ଚ କରି ଦାବି ଓ ଆପତ୍ତି ପ୍ରକ୍ରିୟାରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଯାହାଦ୍ୱାରା କୌଣସି ଯୋଗ୍ୟ ଭୋଟର ବାଦ୍ ନ ପଡ଼ନ୍ତି ଏବଂ ଭୋଟର ତାଲିକା ତ୍ରୁଟିଶୂନ୍ୟ ରହିପାରିବ।

ଚିଠା ଭୋଟର ତାଲିକା ପ୍ରକାଶ ପରେ ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ନୂଆ ନାମ ଯୋଡ଼ିବା ପାଇଁ ଫର୍ମ-୬, ନାମ ବାଦ୍ ଦେବା ପାଇଁ ଫର୍ମ-୭ ଏବଂ ସଂଶୋଧନ ପାଇଁ ଫର୍ମ-୮ ବ୍ୟବହାର କରାଯିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS