ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ୟନ ଖାନଙ୍କୁ ଗତ ୩ ତାରିଖରୁ ଗିରଫ କରିଛି ଏନସିବି। ଆରୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲେ ମଧ୍ୟ ତାଙ୍କ ବନ୍ଧୁ ଅରବାଜ ମର୍ଚାଣ୍ଟଙ୍କ ନିକଟରୁ ୬ ଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ଏନସିବ ଦର୍ଶାଇଥିଲା। ଆର୍ୟନ ଅରବାଜଙ୍କ ସହ ଥିବାରୁ ତାଙ୍କୁ ଗିରଫ କରାଯାଇଥିଲା।
ତେବେ ଆର୍ୟନ ଖାନଙ୍କୁ କେବେ ମିଳିବ ବେଲ୍। ଜାମିନ ପାଇଁ ଦୁଇ ଦିନ ଶୁଣାଣି ପରେ ବି ଅର୍ୟନଙ୍କୁ ଜାମିନ ମିଳିନାହିିଁ। ତେବେ ଆଜି ପୁଣି ଥରେ ବମ୍ବେ ହାଇକୋର୍ଟରେ ମାମଲାର ଶୁଣାଣ ହେବ। ଆର୍ୟନଙ୍କ ପକ୍ଷ ରଖୁଛନ୍ତି ବରିଷ୍ଠ ଆଇନଜୀବି ମୁକୁଲ ରହତୋଗୀ। ଆରୟନଙ୍କ ଗିରଫଦାରୀକୁ ବେଆଇନ୍ ଦର୍ଶାଇବା ସହ ତାଙ୍କୁ ଜାମିନ୍ ଦେବାକୁ ଗତକାଲି କୋର୍ଟଙ୍କ ନିକଟରେ ନିବେଦନ କରିଥିଲେ ରହତୋଗୀ।
ଆରୟନଙ୍କର ଇଣ୍ଟରନ୍ୟାସନାଲ ଡ୍ରଗ୍ସ ପେଡଲରଙ୍କ ସହ ସମ୍ପର୍କ ଥିବା ଚାଟରୁ ଜଣାପଡିଥିବା ଦାବି କରି ଆସୁଛି ଏନସିବି। ଆରୟନଙ୍କୁ ଜାମିନ ମିଳିଲେ ସେ ତଦନ୍ତକୁ ପ୍ରଭାବିତ କରିବାର ସମ୍ଭାବନା ଥିବା ଦର୍ଶାଇ ଜାମିନ ନଦେବାକୁ କୋର୍ଟରେ ଅପିଲ କରୁଛି। ଏନସିବିର ଦାବିକୁ ଯଥାର୍ଥ ଭାବି ଆରୟନଙ୍କୁ ଏପର୍ଯ୍ୟନ୍ତ ବେଲ୍ ଦେଇନାହାନ୍ତି କୋର୍ଟ।
ସେପଟେ ଯଦି ଆସନ୍ତା ୨୯ ତାରିଖ ଯାଏଁ ି ଆର୍ଯ୍ୟନଙ୍କୁ ଜାମିନ୍ ନମିଳେ ତେବେ ଏହି ମାମଲା ପୁଣି ଥରେ ନଭେମ୍ବର ୧୫କୁ ଘୁଞ୍ଚିବ। ନଭେମ୍ବର ୧ରୁ ୧୪ ଯାଏଁ ଦୀପାବଳି ଛୁଟି ଯୋଗୁଁ କୋର୍ଟ ବନ୍ଦ ରହିବ। ତେଣୁ ଆଜି ଆର୍ଯ୍ୟନଙ୍କ ସମେତ ଅରବାଜ୍ ଏବଂ ମୁନମୁନଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହେବ ବୋଲି ଆଶା କରାଯାଉଛି।
ଆର୍ଯ୍ୟନଙ୍କ ପାଖରୁ କୌଣସି ଡ୍ରଗ୍ସ ମିଳିନି, ସେ ପୂର୍ବରୁ ଡ୍ରଗସ୍ ନେଇନାହାନ୍ତି କିମ୍ବା ମେଡିକାଲ୍ ଟେଷ୍ଟରେ ଡ୍ରଗ୍ସ ନେବା କଥା ମଧ୍ୟ ସ୍ପଷ୍ଟ ହୋଇନି। ତେଣୁ ଆର୍ଯ୍ୟନଙ୍କୁ ବେଲ୍ ମିଳିବା ଜରୁରୀ ବୋଲି କୋର୍ଟରେ ଗତକାଲି ଯୁକ୍ତି ବାଢ଼ିଥିଲେ ପୂର୍ବତନ ଆଟର୍ଣ୍ଣି ଜନେରାଲ ମୁକୁଲ ରୋହତଗୀ।

