ଆଜି ହାଜର ହେବେନି ଭି.କେ ପାଣ୍ଡିଆନ୍। CMOରୁ ଫାଇଲ୍ ଚୋରି ମାମଲାରେ କ୍ୟାପିଟାଲ ଥାନାରେ ଆଜି ହାଜର ହୋଇପାରିବେନି ପାଣ୍ଡିଆନ୍। ବିଦେଶରେ ଥିବାରୁ ଥାନାରେ ହାଜର ହୋଇ ପାରିବେ ନାହିଁ ବୋଲି ମେଲ୍ ଯୋଗେ ପୋଲିସକୁ ଜଣାଇଛନ୍ତି ପାଣ୍ଡିଆନ୍। ଭିଡିଓ କନଫରେନ୍ସ ଜରିଆରେ ବୟାନ ନେବା ପାଇଁ ନିବେଦନ କରିଛନ୍ତି। ନଚେତ୍ ବିଦେଶରୁ ଫେରିବା ପରେ ସେ ଥାନାରେ ହାଜର ହେବେ ବୋଲି ଜଣାଇଛନ୍ତି।
ପାଣ୍ଡିଆନଙ୍କ ସହ ପୂର୍ବତନ ଆଇଏଏସ୍ ଉପେନ୍ଦ୍ରନାଥ ବେହେରା, ରାଜେଶ ବର୍ମାଙ୍କୁ ବି ହାଜର ପାଇଁ ପୋଲିସ କରିଥିଲା ନୋଟିସ। ନବୀନ ସରକାରରେ ପାୱାରଫୁଲ୍ ପଦପଦବିରେ ଥିବା ପୂର୍ବତନ ଆଇଏଏସ୍ ଅଧିକାରୀମାନଙ୍କୁ କମିଶନରେଟ ପୋଲିସ ସମନ କରିଥିଲା। ଆସନ୍ତାକାଲି ଦିନ ୧୧ଟା ବେଳେ ଉପେନ୍ଦ୍ରନାଥ ବେହେରା ଓ ଆସନ୍ତା ୩୦ ତାରିଖ ୧୧ଟା ବେଳେ ଦ୍ବିତୀୟ ଥର ପାଇଁ ରାଜେଶ ବର୍ମାଙ୍କୁ ହାଜର ପାଇଁ ନୋଟିସରେ କୁହାଯାଇଛି।

