Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ

ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ

ODIASpotNEWS 22 hrs ago

ପୁରୀ: ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ ପର୍ବ ପାଳିତ ହେବ । ଏହି ଅବସରରେ ଶ୍ରୀସୁଦର୍ଶନ ଦେବ ନଗର ପରିକ୍ରମା କରିବା ସହ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ୪ ଆଶ୍ରମକୁ ବିଜେ କରିବେ । ମଧ୍ୟାହ୍ନ ଧୂପ ଶେଷ ପରେ ସ୍ୱତନ୍ତ୍ର ନୀତି ଆରମ୍ଭ ହେବ । ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ଶ୍ରୀସୁଦର୍ଶନଙ୍କୁ ଦେବେ । ଦଇତାପତିମାନେ ଶ୍ରୀସୁଦର୍ଶନଙ୍କୁ ଜଗମୋହନସ୍ଥିତ ଚଉଦୋଳରେ ବିଜେ କରାଇବେ ।

ଠାକୁରେ ପାଟପତନୀ ସୁନା ହରଡ଼ମାଳ ଓ ଚୂଳ ଲାଗି ହୋଇ ଘଣ୍ଟ ଘଣ୍ଟାର ପଟୁଆରରେ ସୁଦର୍ଶନ ଦେବ ଶ୍ରୀମନ୍ଦିର ବେଢ଼ା ବୁଲି ନଗର ପରିକ୍ରମାରେ ବାହାରିବେ ।

ସେବାୟତଙ୍କ ଗହଣରେ ଶ୍ରୀମନ୍ଦିରରୁ ଶ୍ରୀସୁଦର୍ଶନ ବାହାରି ନଗର ପରିକ୍ରମା କରିବା ସହ ଶ୍ରୀଜମ୍ୱେଶ୍ୱରଙ୍କ ମନ୍ଦିରରେ ବିଜେ ହେବେ । ଶ୍ରୀଜମ୍ବେଶ୍ୱର ଠାକୁରେ ଦେବେ ବଡ଼ଦେଉଳ ଆୟବ୍ୟୟର ହିସାବ । ପରମ୍ପରା ଅନୁଯାୟୀ ଜମ୍ବେଶ୍ୱର ମହାଦେବଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ପଢ଼ିବାର ଦେବବିଧି ସମ୍ପନ୍ନ ହେବ । ଶୀତଳଭୋଗ ଓ ପ୍ରସାଦ ଲାଗି ପରେ ଶ୍ରୀସୁଦର୍ଶନ ଦେବ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଏହି ଦିନ ମହାପ୍ରଭୁ ଆୟବ୍ୟୟର ହିସାବ ନେଇଥାନ୍ତି । ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ହିସାବ ରକ୍ଷକ ହେଉଛନ୍ତି ଶ୍ରୀଜମ୍ୱେଶ୍ୱର ମହାପ୍ରଭୁ । ମହାପ୍ରଭୁଙ୍କ ପ୍ରତିନିଧି ଭାବେ ଶ୍ରୀସୁଦର୍ଶନଦେବ ଏହି ଦାୟିତ୍ୱ ପାଳନ କରିଥାନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS