Dailyhunt
ଆଜିଠୁ  ଗାଁରେ ଡେରା ପକାଇବେ ବିଜେପି ନେତା, ଘରକୁ ଘର ବୁଲି ସଫଳତା ବଖାଣିବେ

ଆଜିଠୁ ଗାଁରେ ଡେରା ପକାଇବେ ବିଜେପି ନେତା, ଘରକୁ ଘର ବୁଲି ସଫଳତା ବଖାଣିବେ

ODIASpotNEWS 1 week ago

ଭୁବନେଶ୍ୱର: ଆଜିଠୁ ଗାଁକୁ ଯିବେ ବିଜେପି ନେତା । ଆସନ୍ତା ୧୨ ତାରିଖ ପର୍ୟ୍ୟନ୍ତ ଗାଁରେ ଡେରା ପକାଇବେ । ଘରକୁ ଘର ବୁଲି ସରକାରର ସଫଳତା ବଖାଣିବେ । ଏଭଳି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ।

ଶ୍ରୀ ତୋମାର କହିଛନ୍ତି, ପଞ୍ଚାୟତ ନିର୍ବାଚନକୁ ନେଇ ଗାଁକୁ ଯିବ ବିଜେପି । ତୃଣମୁଳସ୍ତରରୁ ସଙ୍ଗଠନକୁ ମଜଭୁତ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି ।

ବୁଥ୍‌ଓ୍ବାରି ଲୋକଙ୍କ ସହ ଯାଡ଼ି ହେବ ବିଜେପି ବୋଲି ଶ୍ରୀ ତୋମାର କହିଛନ୍ତି।

ଟାର୍ଗେଟରେ ୨୦୨୭ ପଞ୍ଚାୟତ ନିର୍ବାଚନ । ଲୋକଙ୍କ ପାଖରେ ପହଞ୍ଚିବାକୁ ବିଜେପି। ଆରମ୍ଭ କରିବ ଗାଁ ଚାଲ ଅଭିଯାନ। ମୋହନ ସରକାରଙ୍କ ସଫଳତା ଲୋକଙ୍କ ପାଖରେ ବଖାଣି। ରାଜ୍ୟରେ ବିକାଶକୁ ଅବଗତ କରାଇବେ ବିଜେପି ନେତା । ଏଥି ସହିତ ଗାଁ ସ୍ତରରେ ସଙ୍ଗଠନକୁ ମଜୁବତ କରିବ ଦଳ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS