ନୂଆଦିଲ୍ଲୀ : ଆଇପିଏଲ ୨୦୨୬ ପରେ ତୁରନ୍ତ ଆଫଗାନିସ୍ତାନ ଦଳ ଏକ ଟେଷ୍ଟ ଏବଂ ତିନୋଟି ଦିନିକିଆ ସିରିଜ ପାଇଁ ଭାରତ ଗସ୍ତ କରିବ। ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ ପୂର୍ଣ୍ଣାଙ୍ଗ ଦଳ ମଙ୍ଗଳବାର ଘୋଷଣା କରିଛି। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଟେଷ୍ଟ ଏବଂ ଏକଦିବସୀୟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି।
ଗୌହାଟୀରେ ବିସିସିଆଇ ବୈଠକ ପରେ ପୂର୍ଣ୍ଣ ଭାରତୀୟ ଦଳ ତାଲିକା ପ୍ରକାଶ କରାଯାଇଛି। ବୈଠକରେ ବୋର୍ଡ ସଚିବ ଦେବଜିତ ସାଇକିଆ, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର, ଆରପି ସିଂହ ଏବଂ ପ୍ରଜ୍ଞାନ ଓଝା ଉପସ୍ଥିତ ଥିଲେ।
ଏକମାତ୍ର ଟେଷ୍ଟ ପାଇଁ ଭାରତୀୟ ଦଳ: ଶୁଭମାନ ଗିଲ (ଅଧିନାୟକ), ଯଶସ୍ୱୀ ଜୟସୱାଲ, କେ.ଏଲ୍ ରାହୁଲ (ଉପ-ଅଧିନାୟକ), ସାଇ ସୁଦର୍ଶନ, ଋଷଭ ପନ୍ତ (ୱିକେଟ୍ କିପର), ଦେବଦତ୍ତ ପାଦିକଲ, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପି କୃଷ୍ଣ, ମନଭ ସୂତାର, ଗୁରୁନୁର, ହର୍ଷ ଦୁବେ, ଧ୍ରୁଭ ଜୁରେଲ (ୱିକେଟ୍ କିପର)।
ଏକଦିବସୀୟ ସିରିଜ ପାଇଁ ଭାରତୀୟ ଦଳ: ଶୁଭମାନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), କେ.ଏଲ୍ ରାହୁଲ (ୱିକେଟ୍ କିପର), ଇଶାନ କିଶାନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ପ୍ରସାଦ କୃଷ୍ଣ, ପ୍ରିନ୍ସ ଯାଦବ, ଗୁରୁନୁର, ହର୍ଷ ଦୁବେ।
ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଉଭୟ ଷ୍ଟାର ଖେଳାଳିଙ୍କୁ ଓଡିଆଇ ଦଳରେ ସାମିଲ କରାଯାଇଛି। ଏହି ନିଷ୍ପତ୍ତି ସ୍ପଷ୍ଟ ଭାବରେ ୨୦୨୭ ବିଶ୍ୱକପକୁ ମନରେ ରଖି ନିଆଯାଇଥିବା ଜଣାପଡ଼ିଛି।

