Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅର୍ଥ ଦାବି ଅଭିଯୋଗରେ ଡିଏମଇଟି କାର୍ଯ୍ୟାଳୟର ASO ନିଲମ୍ବିତ

ଅର୍ଥ ଦାବି ଅଭିଯୋଗରେ ଡିଏମଇଟି କାର୍ଯ୍ୟାଳୟର ASO ନିଲମ୍ବିତ

ODIASpotNEWS 5 hrs ago

ଭୁବନେଶ୍ୱର: ବିପିଟି (ଫିଜିଓଗ୍ରାଫି) ପାଠ୍ୟକ୍ରମ ପାଇଁ ନବୀକରଣ ଏନ୍‌ଓସି (NOC) ପ୍ରଦାନ ନିମନ୍ତେ ଅର୍ଥ ଦାବି କରିଥିବା ଅଭିଯୋଗରେ ଭୁବନେଶ୍ୱରସ୍ଥିତ ଡାଇରେକ୍ଟୋରେଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ (DMET), ଓଡ଼ିଶା କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡାଙ୍କୁ ନିଲମ୍ବିତ କରାଯାଇଛି।

କଳାହାଣ୍ଡି ଜିଏନ୍‌ଏମ୍‌ କଲେଜ, ଭବାନୀପାଟଣା ପକ୍ଷରୁ ବିପିଟି (ଫିଜିଓଗ୍ରାଫି) ପାଠ୍ୟକ୍ରମ ପାଇଁ ଶିକ୍ଷାବର୍ଷ ନିମନ୍ତେ ନବୀକରଣ ଏନ୍‌ଓସି ପ୍ରଦାନ କରିବା ଲାଗି ସେ ଅର୍ଥ ଦାବି କରିଥିବା ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗକୁ ଆଧାର କରି ଓଡ଼ିଶା ସିଭିଲ୍ ସର୍ଭିସେସ୍ (ସିସିଏ) ନିୟମାବଳୀ, ୧୯୬୨ର ନିୟମ-୧୨ ଅନୁଯାୟୀ, ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ୨୧ ନଭେମ୍ବର ୨୦୨୬ ଠାରୁ ନିଲମ୍ବିତ କରାଯାଇଛି।

ନିଲମ୍ବନ ଅବଧିରେ ତାଙ୍କର ମୁଖ୍ୟାଳୟ ଷ୍ଟେଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ ଆଣ୍ଡ ଫ୍ୟାମିଲି ୱେଲ୍‌ଫେୟାର (SIH&FW), ଓଡ଼ିଶା ଠାରେ ନିର୍ଦ୍ଧାରଣ କରାଯାଇଛି। ସେ ଏହି ଅବଧିରେ SIH&FWର ନିର୍ଦ୍ଦେଶକଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ରହିବେ ଏବଂ ନିର୍ଦ୍ଦେଶକଙ୍କ ପୂର୍ବାନୁମତି ବିନା ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ନିୟମ ଅନୁଯାୟୀ, ନିଲମ୍ବନ ଅବଧିରେ ସେ ଓଡ଼ିଶା ସର୍ଭିସ୍ କୋଡ୍‌ର ନିୟମ-୯୦ ଅନୁସାରେ ଜୀବିକା ନିର୍ବାହ ଭତ୍ତା ପାଇବାକୁ ହକ୍‌ଦାର ହେବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS