Dailyhunt

ବାଦ୍‌ ପଡ଼ିଲେନି ଅଭିନେତ୍ରୀ,ପ୍ରଲୋଭନ ଦେଖାଇ ଦୁଷ୍କର୍ମ

ODIASpotNEWS 5 years ago

ମୁମ୍ବାଇ : ବାଦ୍‌ ପଡ଼ିଲେନି ଅଭିନେତ୍ରୀ। ମୁମ୍ବାଇର ଓସିୱାରା ପୋଲିସ ଷ୍ଟେସନରେ ଜଣେ ଟିଭି ଅଭିନେତ୍ରୀ ଏକ ମାମଲା ରୁଜୁ କରିଛନ୍ତି। ଅଭିନେତ୍ରୀ ଅଭିଯୋଗ କରିଛନ୍ତି ଯେ, ବିବାହର ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଯୁବକ ତାଙ୍କ ସହିତ ବିଭିନ୍ନ ସ୍ଥାନରେ ଅନେକ ଥର ଦୁଷ୍କର୍ମ କରିଛନ୍ତି।

ଏନେଇ ମହାରାଷ୍ଟ୍ର ପୋଲିସ ସୂଚନା ନେଇଛି। ଟିଭି ଅଭିନେତ୍ରୀଙ୍କ ରିପୋର୍ଟକୁ ନେଇ ପୋଲିସ ଆଇପିସି ବିଭାଗ ଅଧୀନରେ ଏକ ମାମଲା ରୁଜୁ କରିଛି।

ବର୍ତ୍ତମାନ ମାମଲାର ତଦନ୍ତ ଚାଲିଛି। ତେବେ ଏଯାଏଁ ଟିଭି ଅଭିନେତ୍ରୀ ଜଣକ କିଏ ତାହା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ମୁମ୍ବାଇର ବଲିଉଡ ଇଣ୍ଡଷ୍ଟ୍ରିରେ ଏଭଳି ମାମଲା ପ୍ରାୟତ ସାମ୍ନାକୁ ଆସିଥାଏ, ଯେଉଁଠାରେ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥାନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS