Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

ODIASpotNEWS 7 months ago

ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନ ଖବରରେ କୌଣସି ସତ୍ୟତା ନାହିଁ । କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନର ଗୋଟିଏ ପ୍ରୋସିଜର ରହିଛି ।

ପରିବର୍ତ୍ତନ ପାଇଁ ପ୍ରସ୍ତାବ ଆସିଥାଏ, ବରିଷ୍ଠ ନେତାଙ୍କୁ ନେଇ ଆଲୋଚନା ହୋଇଥାଏ । ଯେହେତୁ କଂଗ୍ରେସରେ ବର୍ତ୍ତମାନ ସେଭଳି ବୈଠକ ହୋଇନାହିଁ, ତେଣୁ କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନର କୌଣସି ଆଶଙ୍କା ନାହିଁ ବୋଲି ପିସିସି ସଭାପତି କହିଛନ୍ତି ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କୁ ପଦରୁ ହଟାଇବାକୁ ଦଳର ୬ଜଣ ବିଧାୟକ ଦିଲ୍ଲୀ ଗସ୍ତ କରିଛନ୍ତି। ଗୁରୁବାର ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଏଆଇସିସି (ସାଙ୍ଗଠନିକ) ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କୁ ସାକ୍ଷାତ କରିବାର କାର୍ୟ୍ୟକ୍ରମ ରହିଛି। ଏଆଇସିସିର ଶୀର୍ଷ ନେତୃତ୍ବ କଂଗ୍ରେସ ବିଧାୟକମାନଙ୍କୁ ଦିଲ୍ଲୀ ଡାକିଥିବା ଜଣାପଡ଼ିଛି। କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ସି.ଏସ. ରାଜନ ଏକ୍କା, ମଙ୍ଗୁ ଖିଲ, ସାଗର ଦାସ, ସତ୍ୟଜିତ ଗମାଙ୍ଗ ଏବଂ କାଡ୍ରାକା ଆପାଲା ସ୍ବାମୀ ବୁଧବାର ଦିଲ୍ଲୀ ଗସ୍ତ କରିଛନ୍ତି। ଶ୍ରୀ କାଡାମଙ୍କ ଉପରେ ଦଳର ଅନେକ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି। ବିଧାନସଭା ଭିତରେ ଏବଂ ବାହାରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ଉପରେ ଯେଉଁଭଳି ଭାବେ ଆଭିମୁଖ୍ୟ ରଖିବା କଥା ତାହା ହୋଇପାରୁନି। କଂଗ୍ରେସ ବିଧାୟକ ଦଳ ନେତା କାର୍ୟ୍ୟଭାର ଗ୍ରହଣ ଦିନଠାରୁ କେତେକ ବିଧାୟକ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଦଳରେ ନୂଆ ଏବଂ ପୁରୁଣା ବିଧାୟକମାନଙ୍କୁ ସାଥୀରେ ନେଇ ଚାଲିବା କଥା।କିନ୍ତୁ ସ୍ବ-ଇଚ୍ଛାରେ ନିଷ୍ପତ୍ତି ନେଉଥିବାରୁ ଏଥିରେ ଦଳର କିଛି ବିଧାୟକ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ବିଧାନସଭାର ବଜେଟ ଅଧିବେଶନ ଆରମ୍ଭରୁ କଂଗ୍ରେସ ବିଧାୟକ ଦଳ ନେତା ଏବଂ ଅନ୍ୟ ବିଧାୟକଙ୍କ ବୈଠକ ବସିଥିଲା।
ଏଥିରେ ପିସିସି ସଭାପତି ଭକ୍ତ ଚରଣ ଦାସ ଉପସ୍ଥିତ ଥିଲେ। ଗୃହରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଯେଉଁଭଳି ଭାବେ କଂଗ୍ରେସ ଘେରିବା କଥା ତାହା ଦେଖାଯାଉନାହିଁ। ନାରୀ ନିର୍ୟାତନା ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ ଯେଉଁଭଳି ଭାବେ ଗୃହରେ ଡବଲ ଇଞ୍ଜିନ ସରକାର ବିରୋଧରେ ଲଢେଇ କରୁଥିଲେ ସେଭଳି ଲଢ଼େଇ ଆଉ ଦେଖିବାକୁ ମିଳୁନାହିଁ। ଯୋଜନା ଭିତ୍ତିକ ଭାବେ ସରକାରଙ୍କ ବିରୋଧ‌େ‌ର କଡ଼ା ଆଭିମୁଖ୍ୟ ରଖିବାକୁ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ତାଗିଦ କରିଥିଲେ ଶୀର୍ଷ ନେତୃତ୍ବ। ବରିଷ୍ଠତା ଦୃଷ୍ଟିରୁ ବିଧାୟକ ଶ୍ରୀ ବାହିନୀପତି କଂଗ୍ରେସ ବିଧାୟକ ଦଳ ନେତା ପଦ ପାଇଁ ପୂର୍ବରୁ ଦାବିଦାର ଥିଲେ। କିନ୍ତୁ ଏଆଇସିସି ଶୀର୍ଷ ନେତୃତ୍ବ ଶ୍ରୀ କାଡ଼ାମଙ୍କୁ ଏହି ଦାୟିତ୍ବ ଦେଇଥିଲେ। ସେହିଦିନଠାରୁ ବିଧାୟକ ଶ୍ରୀ ବାହିନୀପତି ଦଳରେ ଥାଇ ଅସନ୍ତୁ‌ଷ୍ଟ ଥିବା କୁହାଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS