Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବୈପାରୀଗୁଡ଼ାରେ ବାଘ ଭୟ

ବୈପାରୀଗୁଡ଼ାରେ ବାଘ ଭୟ

ODIASpotNEWS 18 hrs ago

ବୈପାରୀଗୁଡ଼ା : କୁନ୍ଦୁରା ଓ କୋଟପାଡ଼ରେ ବାଘ ଭୟ । ସୀମାନ୍ତ ଅଞ୍ଚଳରେ ବାଘର ପାଦଚିହ୍ନ ଠାବ ପରେ ଲୋକଙ୍କ ମନରେ ଛନକା ପଶିଛି। କୋଟପାଡ଼ ବ୍ଳକ ଚତର୍ଲା ପଞ୍ଚାୟତ କଟ୍ରିଗୁଡା ଗାଁ ନଦୀ ଘାଟ ନିକଟରେ ବାଘର ପାଦଚିହ୍ନ ଦେଖିଛନ୍ତି ଲୋକେ।

ସ୍ଥାନୀୟ ଲୋକେ ବାଘର ପାଦ ଚିହ୍ନ ଭିଡିଓ କରିବା ସହ ଏହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ଏହା ମହାବଳ ନା କଲରାପତରିଆ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ଲୋକେ ବନ ବିଭାଗକୁ ଖବର ଦେଇଥିବା ବେଳେ ବନ ବିଭାଗ ତଦନ୍ତ ଆରମ୍ଭ କରିଛି। ଏହା ବାଘ ନା ଅନ୍ୟ କୌଣସି ଜନ୍ତୁର ପାଦ ଚିହ୍ନ ତାହା ତଦନ୍ତ ସରିବା ପରେ ଜଣାପଡ଼ିବ ବୋଲି କୁହାଯାଉଛି। ତେବେ ସ୍ଥାନୀୟ ଲୋକମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS