Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବନ୍ୟା : ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ବନ୍ୟା : ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ODIASpotNEWS 2 weeks ago

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ସ୍ଥାନ ବନ୍ୟାରେ ଉବୁଡୁବୁ। ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଏହାମଧ୍ୟରେ ଶନିବାର ପୂର୍ବାହ୍ନରେ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରର ସ୍ଥିତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଏସଆରସି ଉପସ୍ଥିତ ରହିଥିଲେ।

ବନ୍ୟା ସ୍ଥିତି ପ୍ରସଙ୍ଗରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ବିଭାଗର କ୍ଷୟକ୍ଷତି ରିପୋର୍ଟ ମାଗିଛନ୍ତି। ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ। ପଞ୍ଚାୟତରାଜ ବିଭାଗର ଅଧିକାରୀଙ୍କୁ ତଳ ସ୍ତରକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାଣି ଟାଙ୍କି ସହ ମୋବାଇଲ ଭ୍ୟାନର ବ୍ୟବସ୍ଥା କରାଯାଇଛି।

ବନ୍ୟାରେ ୪.୮୮ ଲକ୍ଷ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି। ୯ ଜିଲ୍ଲାର ୪ ଲକ୍ଷ ୮୮ ହଜାର ଗୃହପାଳିତ ପଶୁ ବନ୍ୟା ପ୍ରଭାବିତ ହୋଇଛନ୍ତି। ଏନେଇ ସୂଚନା ଦେଲେ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ୫୮ ଭେଟେନାରୀ ଟିମ୍ ନିୟୋଜିତ ରହିଥିବା ବେଳେ ୨୪୫ ସ୍ଥାନରେ ସ୍ବାସ୍ଥ୍ୟ କ୍ୟାମ୍ପ,୧୫ ହଜାର ପଶୁଙ୍କୁ ଚିକିତ୍ସା ସହ ୨୬୩ ମେଟ୍ରିକ୍ ଟନ୍ ଖାଦ୍ୟ ଦିଆଯାଇଛି।
ସୂଚନାନୁଯାୟୀ,ମହାନଦୀ, ଜଳକା, ସାଳନ୍ଦୀ, ବୈତରଣୀରେ ବନ୍ୟା ଆସିବାରୁ ରାଜ୍ୟର ୧୪ଟି ଜିଲାର ୮ଲକ୍ଷ ୩୪ହଜାର ୭୪୧ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ୧୪ଟି ଜିଲାର ୬୫ବ୍ଲକ, ୪୯୨ ପଞ୍ଚାୟତ, ୧୪୪୬ ଗାଁ, ୧୩ଟି ସହରାଞ୍ଚଳର ୨୦୧ଟି ୱାର୍ଡର ଜନସାଧାରଣ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତଙ୍କ ମଧ୍ୟରୁ ୨,୬୭,୩୦୧ ଜଣଙ୍କୁ ପାଣିଘେରରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୨୬,୯୪୨.୩ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ୧୦୮୨ଟି ଘର ବନ୍ୟାପାଣିରେ ଭାଙ୍ଗିଥିବା ବେଳେ ୫୦୯ଟି ରିଲିଫ୍‌ କ୍ୟାମ୍ପରେ ୨,୩୮,୫୧୪ ଜଣ ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS