Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
'ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ' ଯୋଜନାର ଗାଇଡଲାଇନରେ ସଂଶୋଧନ

'ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ' ଯୋଜନାର ଗାଇଡଲାଇନରେ ସଂଶୋଧନ

ODIASpotNEWS 5 days ago

ଭୁବନେଶ୍ଵର : ଦିବ୍ୟାଙ୍ଗଙ୍କ ପାଇଁ ବଡ଼ ଖବର, ବଦଳିଲା ଗାଇଡଲାଇନ୍। ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାରର ଦିବ୍ୟାଙ୍ଗଙ୍କୁ ମିଳିବ ମାଗଣା ଉପକରଣ ଓ ଶିକ୍ଷାବୃତ୍ତି। ପୂର୍ବରୁ ୨ ଲକ୍ଷ ୪୦ ହଜାର ଆୟ ଥିବା ପରିବାରଙ୍କୁ ଯୋଜନାର ଫାଇଦା ମିଳୁଥିଲା। ରାଜ୍ୟ ସରକାର 'ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ' ଯୋଜନାର ଗାଇଡଲାଇନରେ ସଂଶୋଧନ କରିଛନ୍ତି।

ପରିବାରର ବାର୍ଷିକ ଆୟ ସୀମାକୁ ବୃଦ୍ଧି କରାଯାଇଛି। ଯେଉଁ ପରିବାରର ବାର୍ଷିକ ଆୟ ୫ଲକ୍ଷରୁ ୧୦ଲକ୍ଷ ଟଙ୍କା ମଧ୍ୟରେ ଥିବ ସେମାନଙ୍କୁ ଭିନ୍ନକ୍ଷମ ଉପକରଣର ମୋଟ ମୂଲ୍ୟର ମାତ୍ର ୨୫ ପ୍ରତିଶତ ଅର୍ଥ ଦେବାକୁ ପଡ଼ିବ। ସେହିପରି ୧୦ଲକ୍ଷରୁ ଅଧିକ ବାର୍ଷିକ ଆୟ ଥିବା ପରିବାରଗୁଡ଼ିକୁ ମୋଟ ଖର୍ଚ୍ଚର ୫୦ ପ୍ରତିଶତ ବହନ କରିବାକୁ ହେବ ବୋଲି ଉଲ୍ଲେଖ ରହିଛି।

ପୂର୍ବରୁ ବାର୍ଷିକ ୨ଲକ୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାରକୁ ସମ୍ପୂର୍ଣ୍ଣ ମାଗଣାରେ ଓ ଏହାଠୁ ଅଧିକ ଥିବା ପରିବାରକୁ ୫୦ ପ୍ରତିଶତ ରିହାତି ମୂଲ୍ୟରେ ଭିନ୍ନକ୍ଷମ ସହାୟକ ଉପକରଣ ଯୋଗାଇ ଦିଆଯାଉଥିଲା। ସେହିପରି ଶିକ୍ଷା ବୃତ୍ତିରେ ଦଶମ ଶ୍ରେଣୀ ପରବର୍ତ୍ତୀ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଭିନ୍ନକ୍ଷମମାନଙ୍କ ସନ୍ତାନଙ୍କ ପାଇଁ ପୂର୍ବରୁ ପରିବାରର ବାର୍ଷିକ ଆୟ ସୀମା ୨.୪୦ଲକ୍ଷ ଟଙ୍କାରୁ କମ୍ ରହିଥିଲା। ଏବେ ସେହି ଆୟସୀମାକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS