Dailyhunt
ଭୋଟ ଗଣତିର ଫଳାଫଳ:ଟିଏମସି ପଛରେ,ଆଗୁଆ ବିଜେପି

ଭୋଟ ଗଣତିର ଫଳାଫଳ:ଟିଏମସି ପଛରେ,ଆଗୁଆ ବିଜେପି

ODIASpotNEWS 5 days ago

ଲକାତା : ଭାଙ୍ଗିଲା ଦିଦିଙ୍କ ଗଡ଼। ଏଥର ଚାଲିବ ମୋଦୀଙ୍କ ମ୍ୟାଜିକ୍। ସୋମବାର ଭୋଟ ଗଣତିର ଫଳାଫଳ ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗରେ ୨୯୩ରୁ ୨୮୮ ଆସନରେ ମଧ୍ୟରେ ବିଜେପି ୧୬୮ ଆସନ ହାସଲ କରିଥିବା ବେଳେ ଟିଏମସି ୧୧୩ ଓ ଅନ୍ୟାନ୍ୟ ୦୭ ରହିଛି। ଶାସକ ଟିଏମସିକୁ ପଛରେ ପକାଇ ୧୫୦ରୁ ଅଧିକ ସିଟରେ ଆଗୁଆ ଅଛି ବିଜେପି। ପଶ୍ଚିମବଙ୍ଗରେ, ଏଥର ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ସ୍ୱାଧୀନତା ପରଠାରୁ ସର୍ବାଧିକ ଭୋଟର ମତଦାନ ହୋଇଛି, ଏପ୍ରିଲ ୨୩ ଏବଂ ଏପ୍ରିଲ ୨୯ରେ ଅନୁଷ୍ଠିତ ଉଭୟ ପର୍ୟ୍ୟାୟରେ ହାରାହାରି ମତଦାନ ପ୍ରତିଶତ ପ୍ରାୟ ୯୩ ପ୍ରତିଶତ ରହିଛି।

ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ଟି ଆସନ ପାଇଁ ନିର୍ବାଚନ ଫଳାଫଳ ବର୍ତ୍ତମାନ ଘୋଷଣା କରାଯାଉଛି। କାରଣ ଅନିୟମିତତା ରିପୋର୍ଟ ପରେ ନିର୍ବାଚନ କମିଶନ ଆସନ ପାଇଁ ପୁନଃ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏହି ଆସନ ପାଇଁ ମେ ୨୧ରେ ପୁନଃ ଭୋଟ୍ ଗ୍ରହଣ କରାଯିବ ଏବଂ ମେ ୨୪ରେ ଭୋଟ୍ ଗଣତି ହେବ। ବର୍ତ୍ତମାନ, ସମସ୍ତଙ୍କ ନଜର କୋଲକାତାର ଭବାନୀପୁର ଆସନ ଉପରେ ରହିଛି, ଯେଉଁଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଚାଲିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS