Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ODIASpotNEWS 22 hrs ago

ସୋନପୁର: ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ ଓ ପରେ ତରଭା ସହରରେ କେତେଜଣ ଯୁବକ ବିଧାୟକ ବସିଥିବା କାର୍‌କୁ ଲକ୍ଷ୍ୟ କରି ଅଣ୍ଡାମାଡ଼ କରିଛନ୍ତି। ସୂଚନା ଅନୁଯାୟୀ, ଅପରାହ୍ନରେ ବିଧାୟକ ତରଭା ବ୍ଲକ ରାଣୀସର୍ଡା ପଞ୍ଚାୟତର ଅର୍ଡା ଗ୍ରାମକୁ ଯାଇଥିଲେ।

ସେଠାରେ ବୈଠକ ସାରି ଫେରିବା ସମୟରେ ଦେଉଳପଦର ଛକରେ କେତେଜଣ ଯୁବକ ତାଙ୍କ କାର୍‌ ଉପରକୁ ଅଣ୍ଡାମାଡ଼ କରିଥିଲେ। ବିଧାୟକ ସେଠାରୁ ଠକପାଲିସ୍ଥିତ ତାଙ୍କ ଫାର୍ମ ହାଉସକୁ ଯାଇଥିଲେ। ଡ୍ରାଇଭର କାର ଧୋଇବା ପରେ ବିଧାୟକ ପୁଣି ତରଭା ବ୍ଲକର କମସରା ଅଭିମୁଖେ ବାହାରିଥିଲେ। ତରଭା ସହରକୁ ପ୍ରବେଶ ସମୟରେ ପୁରୁଣା ବ୍ରିଜ୍‌ ନିକଟରେ ୫ରୁ ୬ଜଣ ଯୁବକ ବିଧାୟକଙ୍କ କାରକୁ ଲକ୍ଷ୍ୟ କରି ପୁଣି ଅଣ୍ଡାମାଡ଼ କରିଥିଲେ।

ଫଳରେ ବିଧାୟକ କମସରା ନ ଯାଇ ପୁଣି ତାଙ୍କ ଫାର୍ମ ହାଉସକୁ ଫେରି ଯାଇଥିଲେ। ତେବେ ଏ ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା କିମ୍ବା ଅଭିଯୋଗ ନ ଥିବା ତରଭା ଥାନା ଆଇଆଇସି ଡୋଲାମଣି ନାଏକ କହିଛନ୍ତି। ଅନ୍ୟପକ୍ଷେ ତରଭା ସହରରେ ଭାଜପା କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକଙ୍କ କାର ଉପରକୁ ଅଣ୍ଡାମାଡ଼ ଘଟଣାକୁ ନେଇ ନାନା ଚର୍ଚ୍ଚା ହେଉଛି। ଘଟଣା ପରେ ବିଧାୟକଙ୍କ ମୋବାଇଲ ସୁଇଚ୍‌ ଅଫ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS