Saturday, 09 Jan, 5.59 pm ODIASpotNEWS

ଦେଶ ବିଦେଶ
ବିମାନ ନିଖୋଜ : ବିମାନରେ ଥିଲେ ୬୦ ଜଣ, ମିଳୁନାହିଁ ପତା

ନୂଆଦିଲ୍ଲୀ : ଇଣ୍ଡୋନେସିଆର ଏକ ବିମାନ ନିଖୋଜ ହୋଇଯାଇଛି । ଉଡ଼ାଣର କିଛି ସମୟ ମଧ୍ୟରେ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିଲା । ଜାକର୍ତାରୁ ଶ୍ରୀୱିଜୟା ଏୟାର ଯାତ୍ରୀବାହୀ ବିମାନଟି ଉଡ଼ାଣର ମାତ୍ର କେଇମିନିଟ ଭିତରେ କୁଆଡେ଼ ଗଲା ତାହାର ପତା ମିଳିପାରୁନାହିଁ ।

ବିମାନଟି ପୋଂଟିଆନାକ ଯାଉଥିଲା । ଜାକର୍ତାରୁ ବିମାନଟି ବୋର୍ଣ୍ଣିର୍ଓ ଯାଉଥିଲା ବୋଲି ଇଣ୍ଡୋନେସିଆର ମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ବିମାନରେ ୬୨ ଜଣ ଲୋକ ଥିଲେ । ୫୬ ଜଣ ପାସେଞ୍ଜର ଥିବାବେଳେ ୬ କ୍ରିଉ ମେମ୍ବର ଥିଲେ । ସେମାନଙ୍କ ମଧ୍ୟରେ ୫ ଶିଶୁ ଓ ନବଜାତକ ବି ଅଛନ୍ତି ।

ଫ୍ଲାଇଟ ରାଡ଼ାର ୨୪ରେ ମିଳିଥିବା ତଥ୍ୟ ଅନୁଯାୟୀ, ବିମାନ ଏସଜେ୧୮୨ର ଗତିପଥ ହଠାତ ବଦଳି ଯାଇଥିଲା । ଫଳରେ ରାଡ଼ାର ସହ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଏଯାବତ ବିମାନ ସହ ଯୋଗାଯୋଗ ସମ୍ପର୍କ ରକ୍ଷା କରାଯାଇନାହିଁ । କେତେକ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରୁଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ODIA Spot NEWS
Top