Thursday, 21 Jan, 9.58 am ODIASpotNEWS

ତାଜଖବର
ବିନା କୋଭିଡ ରିପୋର୍ଟରେ ଶ୍ରୀମନ୍ଦିରରେ ଭକ୍ତ କରୁଛନ୍ତି ଦର୍ଶନ

ଭୁବନେଶ୍ୱର : ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ଦର୍ଶନ ପାଇଁ ଥିବା ଅନେକ କଟକଣା କୋହଳ ହୋଇସାରିଛି । ଆଜିଠାରୁ ବିନା କୋଭିଡ଼ ରିପୋର୍ଟରେ ଭକ୍ତମାନେ ମହାପ୍ରଭୂ ଜଗନ୍ନାଥଙ୍କର ଦର୍ଶନ କରୁଛନ୍ତି । ସକାଳ ୬ରୁ ୭ଟା ପର୍ଯ୍ୟନ୍ତ ପୁରୀବାସୀ ମହାପ୍ରଭୂଙ୍କର ଦର୍ଶନ କରିଥିବାବେଳେ ୭ଟାରୁ ସର୍ବସାଧାରଣ ଦର୍ଶନ ଜାରିରହିଛି । ଦୈନିକ ୩୦ ହଜାର ଭକ୍ତ ଯେଭଳି ନିର୍ବିଘ୍ନରେ ଦର୍ଶନ କରିପାରିବେ ତାହାର ବ୍ୟବସ୍ଥା କରାଯାଇଛି ।

ମହାପ୍ରଭୂଙ୍କ ଦର୍ଶନ ପାଇଁ ମାସ୍କ ପରିଧାନ, ହାତ ସାନିଟାଇଜେସନ, ଧାଡ଼ିରେ ଦୂରତା ରକ୍ଷା ସହ ଥର୍ମାଲ ସ୍କି୍ରନିଂ ବି କରାଯାଉଛି । ଥର୍ମାଲ ସ୍କି୍ରନିଂରେ ଯଦି କାହାର ତାପମାତ୍ରା ଥିବ ବା ଅନ୍ୟାନ୍ୟ ଲକ୍ଷଣ ଥିବାର ଅନୁମାନ କରାଯାଏ ସେକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ।

ମହାପ୍ରଭୂଙ୍କ ପହୁଡ଼ ପୂର୍ବର ନୀତି ବଡ଼ସିଂହାର ବେଶ ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୂଙ୍କୁ ଦର୍ଶନ କରିପାରିବେ । ଭକ୍ତମାନଙ୍କର ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ODIA Spot NEWS
Top