ଯାଜପୁର : ଯାଜପୁରରେ ବିରୂପା ନଦୀରେ ଗାଧୋଇବାବେଳେ ଭାସିଗଲେ ଦମ୍ପତି । ଭାସିଯିବା ପରେ ପତ୍ନୀଙ୍କୁ ଉଦ୍ଧାର କରାଯାଇଛି। ରାତି ୩ଟାରେ ଗାଧୋଇବାକୁ ଆସି ସାଉଦିଆ ଗାଁର ଦମ୍ପତି ଭାସି ଯାଇଥିଲେ। କେନ୍ଦ୍ରାପଡ଼ା ନୀଳପଡ଼ା ନିକଟ ବିରୂପା ନଦୀରୁ ପତ୍ନୀଙ୍କୁ ଉଦ୍ଧାର କରାଯାଇଛି। ସ୍ତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସ୍ବାମୀ ନିଖୋଜ ଅଛନ୍ତି।
ବରୀ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାରକାର୍ଯ୍ୟ ଜାରି ରହିଛି। ନିଖୋଜ ଥିବା ସ୍ବାମୀ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ତାଳୁଆ ଅଞ୍ଚଳର ସୁଧାକର ଓଝା ବୋଲି ଜଣାପଡ଼ିଛି। ପତ୍ନୀ ତିଳୋତ୍ତମା ଓଝାଙ୍କୁ କେନ୍ଦ୍ରାପଡ଼ା ଇନ୍ଦିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

