Dailyhunt

ଡାଲି ପାଇଁ ବାପା ପୁଅଙ୍କ ଆତ୍ମହତ୍ୟା

ODIASpotNEWS 5 years ago

ଭବାନୀପାଟଣା: ଡାଲି ପାଇଁ ବାପା ଓ ପୁଅ ଉଭୟ ଆତ୍ମହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ମ.ରାମପୁର ଥାନା ଜୁଟାଗାଁରେ ଏହି ଘଟଣା ଘଟିଛି । ବାପା ସହ ପାଟିତୁଣ୍ଡ କରି ପୁଅ ପ୍ରଥମେ କୀଟନାଶକ ପିଇଦେଇଥିଲା । ପୁଅ ବିଷ ପିଇବା ଦେଖି ବାପା ମଧ୍ୟ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲ ନିଆଯାଉଥିବାବେଳେ ବାଟରେ ସେମାନଙ୍କ ମୃତୁ୍ୟ ହୋଇଥିଲା । ଖାଇବାବେଳେ ଡାଲିକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS