ଭୁବନେଶ୍ଵର : ଦିଲ୍ଲୀରୁ ଫେରି ନବୀନଙ୍କ ଆଟାକ୍ । ୟୁପିଆଇ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ । କହିଲେ ଛୋଟ ଦୋକାନୀ ବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ଉଚିତ୍ । ୧୦ ଦିନ ପରେ ଦିଲ୍ଲୀରୁ ଫେରିବା ପରେ ବିମାନବନ୍ଦରରେ ଏପରି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆର ନୂତନ ନିୟମ ଅନୁଯାୟୀ, ୧୫ ଅକ୍ଟୋବର ୨୦୨୬ରୁ କେବଳ ବ୍ୟବସାୟୀ ବା ମର୍ଚ୍ଚାଣ୍ଟମାନଙ୍କ ପାଇଁ ନୂଆ MDR ଚାର୍ଜ ଲାଗୁ ହେବାକୁ ଯାଉଛି ।

