Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏନକାଉଣ୍ଟର: ୩ ଆତଙ୍କବାଦୀ ନିହତ

ଏନକାଉଣ୍ଟର: ୩ ଆତଙ୍କବାଦୀ ନିହତ

ODIASpotNEWS 5 years ago

ଶ୍ରୀନଗର: ଶ୍ରୀନଗରର ଲାଭାପୋରା ଅଞ୍ଚଳରେ ଏକନାଉଣ୍ଟରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ବୁଧବାର ଭୋର ସମୟରେ ଜଣେ ଆତଙ୍କୀ ନିହତ ହୋଇଥିବାବେଳେ ଅପରାହ୍ନରେ ଆଉ ୨ ଆତଙ୍କୀ ନିପାତ ହୋଇଛନ୍ତି।ମଙ୍ଗଳବାର ଆରମ୍ଭ ହୋଇଥିବା ଏହି ଗୁଳିବିନିମୟ ବୁଧବାର ଜାରି ରହିଥିଲା। ଲାଭାପୋରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷା କର୍ମୀଙ୍କ ମିଳିତ ଟିମ୍‌ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା। ଏହି ସମୟରେ ଏକ କୋଠାରେ ୨ରୁ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଥିଲା। ଯବାନମାନେ ସେମାନଙ୍କୁ ଘେରି ଯିବାରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା। ବୁଧବାର ଭୋର ସମୟରେ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।
ଏହା ପରେ ସେଠାରେ ଲୁଚି ରହିଥିବା ଆଉ କିଛି ଆତଙ୍କୀଙ୍କ ସହିତ ଗୁଳିବିନିମୟ ଚାଲିଥିଲା।

ଅପରାହ୍ନ ସାଢ଼େ ୧୨ଟା ସୁଦ୍ଧା ଆଉ ଦୁଇ ଆତଙ୍କୀ ନିହତ ହୋଇଥିଲେ। ତେବେ ଏନକାଉଣ୍ଟର ସମୟରେ ସ୍ଥାନୀୟ କିଛି ଯୁବକ ସୁରକ୍ଷାକର୍ମୀଙ୍କ ଉପରେ ପଥରମାଡ଼ କରିଥିଲେ। ସେମାନଙ୍କୁ ଘଉଡ଼ାଇବା ଲାଗି ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS