ଭୁବନେଶ୍ବର : ଘନ କୁହୁଡି ବଳୟରେ ରାଜଧାନୀରେ ଭୁବନେଶ୍ୱର । କୁହୁଡ଼ିର ଚାଦରରେ ଘୋଡ଼େଇ ହୋଇ ରହିଛି ପୁରା ଭୁବନେଶ୍ୱର । ଆଜି (ରବିବାର) ହଠାତ ସକାଳୁ ସକାଳୁ ପାଗର ମିଜାଜ ବଦଳିବା ସହ ପ୍ରବଳ କୁହୁଡି ଦେଖିବାକୁ ମିଳିଛି । ଆଉ ଏହି ଘନ କୁହୁଡି କୁ ନେଇ କୁହୁଡ଼ିର ଆସ୍ତରଣ ଭିତରେ ରହିଛି ପୁରା ସହର । ତେଣୁ ସହରରେ ଦୃଶ୍ୟମାନ ହ୍ରାସ ପାଇଛି ।ରାସ୍ତାରେ କିଛି ଦେଖା ଯାଉନଥିବା ବେଳେ ସକାଳୁ ସକାଳୁ ରାତିର ଭ୍ରମ ସୃଷ୍ଟି ହୋଇଛି ।
ଏହାକୁ ନେଇ ଦିନରେ ବି ଲାଇଟ ଲଗାଇ ଲୋକ ଗାଡି ଚଳାଚଳ କରୁଥିବା ବେଳେ କୁହୁଡିର ଆସ୍ତରଣ ଭିତରେ ରହିଛି ପୂରା ରାସ୍ତା । ଏହାକୁ ନେଇ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ୫୦ ମିଟର ଦୂରତା ଆଗକୁ ବିଲକୁଲ କିଛି ଦୃଶ୍ୟମାନ ହେଉନଥିବା ବେଳେ ଯାତାୟତରେ ଅସୁବିଧାର ସମ୍ମୁଖିନ ହେଉଥିବାରୁ ଯାନବାହନ ଚଳାଚଳ ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।
ଖାଲି ଭୁବନେଶ୍ୱର ନୁହେଁ, ପୁରୀରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ସକାଳୁ ସକାଳୁ ପ୍ରବଳ କୁହୁଡ଼ି ସହ କୁହୁଡ଼ିର ଚାଦରରେ ଘୋଡେଇ ହୋଇଛି ପୂରା ସହର । ସେଠାରେ ମଧ୍ୟ ୫୦ ମିଟର ଆଗକୁ ରାସ୍ତା ଦେଖାଯାଉନଥିବା ବେଳେ ଯାତାୟତରେ ବାଧା ସୃଷ୍ଟି ହୋଇଛି ।

