Dailyhunt
ହାଇୱା- ବୋଲେରୋ ଧକ୍କା ; ୫ ମୃତ, ୮ ଆହତ

ହାଇୱା- ବୋଲେରୋ ଧକ୍କା ; ୫ ମୃତ, ୮ ଆହତ

ODIASpotNEWS 6 days ago

ର୍ମଶାଳା : ଯାଜପୁର ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ବେହେରା ଟାଙ୍କୀ ନିକଟରେ ସୋମବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବୋଲେରୋ ଗାଡି ସହିତ ହାଇୱା ଗାଡି ଧକ୍କା ହୋଇ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହାସହ ୮ ଜଣ ଆହତ ମଧ୍ୟ ହୋଇଛନ୍ତି।

ସୂଚନାନୁଯାୟୀ, ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ବେହେରା ଟାଙ୍କୀ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ଦୁଇ ଶିଶୁ ଓ ଜଣେ ମହିଳା ରହିଛନ୍ତି। ମୃତକମାନେ ବଡ଼ଚଣା ବ୍ଲକ ଅନ୍ତର୍ଗତ ପୁରସ୍ତମପୁର ଶବର ସାହି ଗ୍ରାମର ବୋଲି ଜଣାପଡ଼ିଛି। ସେମାନେ କେନ୍ଦୁଝର ଏକ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିଲେ। ଦୁଇ ଶିଶୁ ଗୁରୁତର ହୋଇ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS