Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
IPL ପ୍ଲେ-ଅଫରୁ ବିଦାହେଲା CSK

IPL ପ୍ଲେ-ଅଫରୁ ବିଦାହେଲା CSK

ODIASpotNEWS 3 days ago

ଧୂଳିସାତ୍ ହେଲା ଚେନ୍ନାଇ ସ୍ବପ୍ନ । IPL ପ୍ଲେ-ଅଫରୁ ବିଦାହେଲା CSK । ଗତକାଲି ନିଜର ଶେଷ ଲିଗ ମ୍ୟାଚରେ ଗୁଜରାଟ ଟାଇଟନ୍ସ ୮୯ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇଛି। ଏହି ପରାଜୟ ସହ ଚେନ୍ନାଇ ପ୍ଲେ ଅଫରୁ ବାଦ୍ ପଡ଼ିଥିବା ବେଳେ ଗୁଜରାଟ ଦ୍ବିତୀୟ ସ୍ଥାନରେ ନିଜର ସ୍ଥିତି ମଜବୁତ କରିଛି।

ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ସାଇ ସୁଦର୍ଶନଙ୍କ ୮୪ ରନ, ଶୁଭମନ ଗିଲଙ୍କ ୬୪ ରନ ଓ ଜୋସ ବଟଲରଙ୍କ ୫୭ ରନ ବଳରେ ୪ ୱିକେଟ୍ ହରାଇ ୨୨୯ ରନର ବିଶାଳ ସ୍କୋର କରିଥିଲା।

୨୩୦ ରନ୍ ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଚେନ୍ନାଇ ଆରମ୍ଭରୁ ଝଟକା ଖାଇଥିଲା ।

ଦଳର ସ୍କୋର ୫୧ ବେଳକୁ ୪ଜଣ ଖେଳାଳି ଆଉଟ୍ ହୋଇସାରିଥିଲେ। ୧୩.୪ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୪୦ ରନ୍ କରିଥିଲା। ଗୁଜରାଟ ପାଇଁ ମହମ୍ମଦ ସିରାଜ, ରସିଦ ଖାନ ଏବଂ କାଗିସୋ ରାବଡ଼ା ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS