ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ କାଜୁ ଜଙ୍ଗଲ ମଧ୍ୟରେ ଏକ ଅଚିହ୍ନା ମହିଳାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ଆଠଗଡ ପୁଲିସ। ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁରରୁ ନଣ୍ଡାଇଲୋ ଯିବା ରାସ୍ତାର ବାଲିଆପଠା କାଜୁ ଜଙ୍ଗଲ ରାସ୍ତାରେ ସ୍ଥାନୀୟ ଲୋକେ ଯାଉଥିବା ସମୟରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ଯାଇ ଦେଖିବାରୁ ଏକ ମହିଳାଙ୍କ ଗଳିତ ଶବ ଦୁର୍ଗନ୍ଧ ବହୁଥିବା ଜାଣି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।
