ବ୍ରହ୍ମଗିରି: ଜଙ୍ଗଲରେ ମଣିଷ ଖପୁରୀ ଓ କଙ୍କାଳ। ପାଖରେ ପଡ଼ିଥିଲା ସାର୍ଟ ଓ କିଛି କପଡ଼ା । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗଡ଼ରୋଡ଼ଙ୍ଗ ନିକଟ ବାସଙ୍ଗ ଜଙ୍ଗଲର ଘଟଣାକୁ ନେଇ ହଇଚଇ। ସ୍ଥାନୀୟ ଲୋକେ ଖପୁରୀ ଦେଖି ପୋଲିସକୁ ଖବର ଦେବା ପରେ ବ୍ରହ୍ମଗିରି ପୋଲିସ ଓ ଫରେନସିକ୍ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି।
ସେପଟେ ଉଦ୍ଧାର ସାର୍ଟ ଗଡ଼ରୋଡ଼ଙ୍ଗର କୃଷ୍ଣ ବଢ଼େଇଙ୍କର ବୋଲି ଦାବି କରିଛନ୍ତି ପରିବାର । ପ୍ରାୟ ମାସେ ତଳେ କୃଷ୍ଣ ବଢ଼େଇ ନିଖୋଜ ହୋଇଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ପୁଅକୁ ସାଙ୍ଗମାନେ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିବା ଅଭିଯୋଗ ଆଣିଛନ୍ତି କୃଷ୍ଣଙ୍କ ମାଆ ଓ ପରିବାର ସଦସ୍ୟ। ଦୋଷୀଙ୍କୁ ଧରି କଠୋର ଦଣ୍ଡ ଦେବା ସହ ନ୍ୟାୟ ଦେବାକୁ ଦାବି କରିଛନ୍ତି।
ତେବେ ଉଦ୍ଧାର ଖପୁରୀ ଓ କଙ୍କାଳ କୃଷ୍ଣ ବଢ଼େଇଙ୍କର କି ନୁହେଁ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ। ଫରେନସିକ୍ ଓ ଡିଏନ୍ ଏ ପରୀକ୍ଷା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ। ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି।

