କଟକ: ନିମ୍ନ ଅଦାଲତ ଦ୍ୱାରା ଆଜୀବନ କାରାଦଣ୍ଡ ପାଇଥିବା ଜଣେ ବ୍ୟକ୍ତି ହାଇକୋର୍ଟଙ୍କ ରାୟ ବଳରେ ୧୩ ବର୍ଷ ପରେ ଜେଲରୁ ମୁକୁଳିବାକୁ ଯାଉଛନ୍ତି । ୨୦୦୮ ମାର୍ଚ୍ଚ ୧୦ରେ ଚାରମାଲ ଥାନା ଅଞ୍ଚଳରେ ହୋଇଥିବା ହତ୍ୟାକାଣ୍ଡ ମାମଲାରେ ସମ୍ବଲପୁର ଦୌରା ଜଜ ଅଭିଯୁକ୍ତ ଅର୍ଜୁନ ସବରକୁ ଆଇପିସିର ଦଫା ୩୦୨ ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ । ଏହି ଦଣ୍ଡାଦେଶକୁ ଚାଲେଞ୍ଜ କରି ଅର୍ଜୁନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ ଏସ.କେ ମିଶ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଜୁର୍ନଙ୍କ ଆବେଦନର ଶୁଣାଣି କରି ଦୌରା ଅଦାଲତ ଦଫା ୩୦୨ ରେ ପ୍ରଦାନ କରିଥିବା ଆଜୀବନ କାରାଦଣ୍ଡାଦେଶକୁ ରଦ୍ଧ କରିଛନ୍ତି । ଅନ୍ୟ ପକ୍ଷରେ ଖଣ୍ଡପୀଠ ଏହି ମାମଲାରେ ଅର୍ଜୁନଙ୍କୁ ଆଇପିସିର ଦଫା ୩୦୪ ପାର୍ଟ-୧ ରେ ଦୋଷୀ ସାବ୍ୟସ୍ତ କରିଛନ୍ତି ।