Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜେଲରୁ ମୁକୁଳିଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ଜେଲରୁ ମୁକୁଳିଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ODIASpotNEWS 2 weeks ago

ବ୍ରହ୍ମପୁର:ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା । ମଙ୍ଗଳବାର ସନ୍ଧ୍ୟାରେ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିଛନ୍ତି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ସେ ଆଜକୁ ୧୦ ମାସ ହେବ ଜେଲରେ ଥିଲେ । ଗତକାଲି ହାଇକୋର୍ଟ ଜାମିନ ମଞ୍ଜୁର କରିବା ପରେ ଆଜି ସେ ମୁକୁଳି ଥିଲେ।

ତାଙ୍କୁ ସ୍ୱାଗତ କରିବାକୁ ବିଜେଡି ନେତା ସଞ୍ଜୟ ଦାସ ବର୍ମା, ଦେବୀ ପ୍ରସାଦ ମିଶ୍ର, ସାଂସଦ ମାନସ ମଙ୍ଗରାଜ, ମନ୍ମଥ ରାଉତରାୟ, ଚିନ୍ମୟ ସାହୁ,ପ୍ରତାପ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଭଗବାନ ଗନ୍ତାୟତ, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, କୈଳାସ ରଣା, ସରୋଜ ସାବତ, ଛତ୍ରପୁର ପୂର୍ବତନ ବିଧାୟକ ସୁବାସ ବେହେରା, କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ବ୍ରହ୍ମପୁର ମହାନଗର ନିଗମର ସମସ୍ତ ବିଜେଡି କର୍ପୋରେଟର୍ , ଛାତ୍ର, ଯୁବ, ମହିଳା ବିଜେଡି ନେତା ଓ କର୍ମୀ ଜେଲ୍ ସମ୍ମୁଖରେ ଉପସ୍ଥିତ ଥିଲେ । ଏକ ବିରାଟ ଶୋଭାଯାତ୍ରାରେ ବିକ୍ରମଙ୍କୁ ଗଜପତି ନଗର ସ୍ଥିତ ତାଙ୍କ ବାସଭବନକୁ ନିଆ ଯାଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS