Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଝାରପଡା ଜେଲରେ ଏଡ୍ସ ଆତଙ୍କ

ଝାରପଡା ଜେଲରେ ଏଡ୍ସ ଆତଙ୍କ

ODIASpotNEWS 3 weeks ago

ଭୁବନେଶ୍ଵର : ଝାରପଡା ଜେଲରେ ଏଡ୍ସ ଆତଙ୍କ। ଜେଲରେ ବଢୁଛି ଏଚଆଇଭି ପଜିଟିଭ ସଂଖ୍ୟା । କିଛିଦିନ ତଳେ ମହିଳା ଥାନା ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ ହୋଇଥିବା ଜଣେ ଅଭିଯୁକ୍ତ ଏଡସ୍ ଆକ୍ରାନ୍ତ ବୋଲି ଜଣାପଡିଛି । କୋଚିଂ ସେଣ୍ଟରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ କରିଥିଲା ମହିଳା ଥାନା ପୁଲିସ । ଅଭିଯୁକ୍ତ ଜଣଙ୍କ ଏଚଆଇଭି ପଜିଟିଭ ଜଣାପଡିବା ପରେ ଏ ନେଇ ଚିଠି ଲେଖିଛନ୍ତି ଜେଲ କର୍ତ୍ତୃପକ୍ଷ ।

ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଓ ଡିସିପିଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଯାଇଛି।

ବର୍ତ୍ତମାନ ଝାରପଡା ଜେଲରେ ୮ ଜଣ ଏଚଆଇଭି ପଜିଟିଭ ଅନ୍ତେବାସୀ ଥିବା କଥା ଜଣାପଡିଛି। ଏଭଳି ଖବର ଜଣାପଡିବା ପରେ ଜେଲରେ ଭୟର ବାତାବରଣ ଖେଳିଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS