ବଣମଣିଷ ଛୁଆକୁ ଜ୍ବର। ପୁଣି ଜ୍ୱରରେ ପଡ଼ିଲା ଗୋଟିଏ ଓରାଙ୍ଗଉଟାନ ଛୁଆ। ନନ୍ଦନକାନନରେ ଗୋଟିଏ ଓରାଙ୍ଗଉଟାନକୁ ଜ୍ୱର ହୋଇଛି। ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣଙ୍କୁ ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍ । ଅସୁସ୍ଥ ଓରାଙ୍ଗଉଟାନର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ଡାକ୍ତରୀ ଟିମ୍।
ସେପଟେ ସଂଗରୋଧ ଘରକୁ ମଶା ନ ପଶିବା ଲାଗି ତାର ଜାଲି ମଧ୍ୟ ବୁଲାଇ ଦିଆଯାଇଛି।
ଗତ ୮ ତାରିଖରେ ବାଲେଶ୍ବର ଭୋଗରାଇ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଏବେ ନନ୍ଦନକାନରେ ରହିଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ୨୪ ଘଣ୍ଟିଆ ନିଘା ରଖାଯାଇଛି।

