Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କଏଦୀ ଫେରାର, ଜେଲର୍‌ ନିଲମ୍ବିତ

କଏଦୀ ଫେରାର, ଜେଲର୍‌ ନିଲମ୍ବିତ

ODIASpotNEWS 1 day ago

ନୂଆପଡ଼ା: ନୂଆପଡ଼ା ସବ୍‌ଜେଲ୍‌ ଜଣେ ଦୁଷ୍କର୍ମ ମାମଲାର କଏଦୀ ଫେରାର ହୋଇଥିଲା । ଏହି ଘଟଣାରେ ଜେଲର ବଳରାମବିଶି ମାଝି ନିଲମ୍ବିତ ହୋଇଛନ୍ତି । ନୂଆପଡ଼ା ସବ୍‌ଜେଲରେ ସିନାପାଲି ଥାନା କାନ୍ଦୁଲକୋନା ଗାଁର ବିଶ୍ୱବିହାରୀସିଂ ମାଝି ଦୁଷ୍କର୍ମ ମାମଲାରେ ୨୦ ବର୍ଷ ସଜା କାଟୁଥିଲା । ଗତ ୭ ତାରିଖରେ ସବ୍‌-ଜେଲର ଶ୍ରୀ ମାଝି ବିଶ୍ୱବିହାରୀକୁ ଝାଡ଼ୁ ମାରିବା ପାଇଁ ମୁଖ୍ୟ ସୁରକ୍ଷା ବଳୟ କର୍ଡନରୁ ବାହାର କରିଥିଲେ ।

ଜେଲ ମୁଖ୍ୟ ଗେଟ ବାହାରେ କଏଦୀ ଝାଡ଼ୁ ମାରୁଥିଲା । ଏହି ସମୟରେ ଜେଲର ନିଜ ଘର ପଟକୁ ଯାଇଥିଲେ । ସେଠାରୁ ଫେରିବା ମଧ୍ୟରେ କଏଦୀ ଫେରାର ହୋଇଯାଇଥିଲା । ସନ୍ଧ୍ୟାରେ ଜେଲର ନୂଆପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ୬ ଦିନ ବିତିଯାଇଥିଲେ ବି ପୁଲିସ କଏଦୀକୁ ଧରିପାରିନି ।
ଶନିବାର ଜେଲ ବିଭାଗ ଡିଜି ଶ୍ରୀ ମାଝିଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଛନ୍ତି । ଅତିରିକ୍ତ ଜେଲର ବି. ମଲ୍ଲିକଙ୍କୁ ମାଝିଙ୍କ ଦାୟିତ୍ୱ ଦିଆଯାଇଛି । ସବ୍‌ଜେଲର ସୁରକ୍ଷା ବ୍ୟବସ୍ଥା ଓ କର୍ମଚାରୀଙ୍କ ଦାୟିତ୍ୱକୁ ନେଇ ତଦନ୍ତ ଚାଲିଛି । ଜେଲ ସୁରକ୍ଷା ବଳୟକୁ କଏଦୀ କିପରି ଭେଦ କରିପାରିଲା ଏବଂ ଏଥିରେ କିଏ ଅବହେଳା କରିଛନ୍ତି ତାହାର ତଦନ୍ତ ଚାଲିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS