Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କଟକରେ ଆଉ ୨୭ ପଜିଟିଭ

କଟକରେ ଆଉ ୨୭ ପଜିଟିଭ

ODIASpotNEWS 6 years ago

କଟକ: କଟକ ମହାନଗର ଅଞ୍ଚଳରେ ଆଉ ୨୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ସରକାରୀ କ୍ୱାରେଣ୍ଟାଇନରୁ ୨୦, ହୋମ କ୍ୱାରେଣ୍ଟାଇନରୁ ୪ ଓ ଲୋକାଲ କେସ ୩ ଜଣ ବୋଲି ଜଣାଯାଇଛି । ଲୋକାଲଙ୍କ ମଧ୍ୟରୁ ୨ ଜଣ ପୁରୁଣା ରାଉସାପାଟଣା ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଜଣେ ୫୦ ବର୍ଷୀୟ ମହିଳା ହୋଇଥିବାବେଳେ ଜଣେ ୩୦ ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜଣେ ଯୋବ୍ରା ମୁରାଦ ଖାନ ପାଟଣାର ୫୬ ବର୍ଷୀୟ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ୨୭ ପଜିଟିଭକୁ ମିଶାଇ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୧କୁ ବୃଦ୍ଧି ପାଇଛି । ତନ୍ମଧ୍ୟରୁ ୧୩୪ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣଙ୍କ ମୃତୁ୍ୟ ହୋଇଛି । ଏହାଛଡ଼ା ୧୫୦ ଆକ୍ରାନ୍ତ ଏବେ ବି ଚିକିତ୍ସାଧୀନ ଥିବା ଜଣାଯାଇଛି ।

ପ୍ରକାଶ ଯେ, ରାଜ୍ୟରେ ଆଜି ଆଉ ୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମଙ୍ଗଳବାର ଚିହ୍ନଟ ୫୪୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୨୮୦ ରେ ପହଞ୍ଚିଛି। ଆଜି ଚିହ୍ନଟ ୫୪୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଏବଂ ୧୮୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS