Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କୋଟିଆରେ ପଞ୍ଚାୟତ ନିର୍ବାଚନ ଘୁଞ୍ଚିଲା

କୋଟିଆରେ ପଞ୍ଚାୟତ ନିର୍ବାଚନ ଘୁଞ୍ଚିଲା

ODIASpotNEWS 2 days ago

କୋରାପୁଟ: କୋଟିଆରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଆନ୍ଧ୍ର ଘୁଞ୍ଚାଇ ଦେଇଛି। ନଭେମ୍ବର ୨୯ ବଦଳରେ ଡିସେମ୍ବର ୨ରେ ନିର୍ବାଚନ ହେବ। ୨୯ରେ କୋଟିଆରେ ପରବ ମହୋତ୍ସବ ଆୟୋଜନ ନେଇ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଘୋଷଣା ପରେ ଆନ୍ଧ୍ର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେବେ ପୂର୍ବ ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଥିଲା।

ଏବେ ନିର୍ବାଚନ ତାରିଖ ପରିବର୍ତ୍ତନ କରି ଏଜେଣ୍ଟଙ୍କ ମାଧ୍ୟମରେ ଆନ୍ଧ୍ର କୋଟିଆରେ ମତଦାନ ହାର ବଢ଼ାଇବାକୁ ସ୍ବତନ୍ତ୍ର ଯୋଜନା କରିଛି।
ସେପଟେ ବୁଧବାର ଉପଜିଲ୍ଲାପାଳ ଫାବି ରସିଦ କୋଟିଆ ଗସ୍ତ କରି ସୀମାନ୍ତ ଗାଁର ସ୍ଥିତି ଅନୁଧ୍ୟାନ ସହିତ କୌଣସି ପରିସ୍ଥିତିରେ ନିର୍ବାଚନ କରାଇ ଦିଆଯିବନି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସମିତିସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନ ଭଳି ସରପଞ୍ଚ ନିର୍ବାଚନରେ ବିରୋଧ କରିବାକୁ ଦଳମତ ନିର୍ବିଶେଷରେ ନିଷ୍ପତ୍ତି ହୋଇଥିବା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି।
ପଟାଙ୍ଗି ବ୍ଲକ କୋଟିଆରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ପଛରେ ଆନ୍ଧ୍ର ଏଜେଣ୍ଟଙ୍କ ଭୂମିକା ରହିଛି। ସମିତିସଭ୍ୟ ନିର୍ବାଚନ ବେଳେ ନେରେଡ଼ିବାଲସାରେ ଆନ୍ଧ୍ର-ଓଡ଼ିଶା ପୁଲିସ ଓ ପ୍ରଶାସନ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଆନ୍ଧ୍ର ଏଜେଣ୍ଟ ଓଡ଼ିଶା ଗୋବ୍ୟାକ୍ ନାରା ଦେଇଥିଲେ। ସେହିଭଳି ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଫାଟୁସିନେରୀରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଭିତ୍ତିପ୍ରସ୍ଥର ସ୍ଥାପନ କରିବା କାର୍ଯ୍ୟକ୍ରମ ଥିଲା। ପୂର୍ବ ଦିନ ଆନ୍ଧ୍ର ଏଜେଣ୍ଟ ନିଜ ସମର୍ଥକଙ୍କ ଦ୍ବାରା ଓଡ଼ିଶାର ଫଳକ ସହ ଟେଣ୍ଟ ଭାଙ୍ଗି ଦେଇଥିଲେ। କୋଟିଆରେ ଆନ୍ଧ୍ରର ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଆନ୍ଧ୍ର ଏଜେଣ୍ଟ ହିଁ ସମସ୍ତ ନିଷ୍ପତ୍ତି ନେଉଥିବାରୁ ଏମାନଙ୍କୁ ଠାବ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS