Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଖୋଲିଲା ମାଛକୁଣ୍ଡ ଡ୍ୟାମର ଗୋଟିଏ ଗେଟ

ଖୋଲିଲା ମାଛକୁଣ୍ଡ ଡ୍ୟାମର ଗୋଟିଏ ଗେଟ

ODIASpotNEWS 1 week ago

କୋରାପୁଟ: ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକସ୍ଥିତ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି-ଡ୍ୟାମର ଜଳସ୍ତର ବୃଦ୍ଧି ପାଇବା ପରେ ଶନିବାର ଡ୍ୟାମର ଗୋଟିଏ ଗେଟ ଖୋଲାଯାଇଛି। ଡ୍ୟାମର ୭ ନମ୍ବର ଗେଟ ଦେଇ ପ୍ରତି ସେକେଣ୍ଡରେ ୧୦୦୦ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି।ଡ୍ୟାମର ସର୍ବାଧିକ ଜଳଧାରଣ କ୍ଷମତା ୨୫୯୦ ଫୁଟ ଥିବାବେଳେ ଜଳସ୍ତର ୨୫୮୭ ଫୁଟରେ ପହଞ୍ଚିବା ପରେ ସୁରକ୍ଷା ଦୃଷ୍ଟିରୁ ଗୋଟିଏ ଗେଟ ଖୋଲାଯାଇଥିବା ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଗତ ତିନି ଦିନ ଧରି କୋରାପୁଟ ଜିଲ୍ଲାରେ ଲଗାତାର ବର୍ଷା ହେଉଥିବାବେଳେ ଲମତାପୁଟ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଆଗାମୀ ଦିନରେ ବର୍ଷାର ପରିମାଣ ବଢ଼ିଲେ ଡ୍ୟାମର ଅନ୍ୟ ଗେଟଗୁଡ଼ିକ ମଧ୍ୟ ପର୍ଯ୍ୟାୟକ୍ରମେ ଖୋଲାଯାଇପାରେ ବୋଲି ପ୍ରକଳ୍ପ ଅଧିକାରୀ କହିଛନ୍ତି।ଏପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା ଜାରି ରହିଛି। ଅନେକ ସ୍ଥାନରେ ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇପଡ଼ିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ବର୍ଷା ସତର୍କତା ଜାରି କରାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ୮ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ରହିଛି।ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS