Dailyhunt
କୋମାରେ ମୋଜତାବା, ସେନା ହାତରେ ଇରାନ ଶାସନ

କୋମାରେ ମୋଜତାବା, ସେନା ହାତରେ ଇରାନ ଶାସନ

ODIASpotNEWS 0 months ago

ତେହରାନ: ଇସ୍ରାଏଲ୍ ଓ ଆମେରିକା ବିରୋଧରେ ଯୁଦ୍ଧ ଚଳାଇଥିବା ଇରାନର ରାଜନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଦେଶରେ ଏବେ ନେତୃତ୍ବର ଅଭାବ ଦେଖାଯାଇଛି। ଯୁଦ୍ଧରେ ପ୍ରଥମ ଦିନରେ ଇରାନ ଏହାର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ହରାଇବା ପରେ ପରବର୍ତ୍ତୀ ସମୟରେ ଅନ୍ୟ ବରିଷ୍ଠ ନେତାଙ୍କୁ ହରାଇ ଚାଲିଛି।

ଆୟାତୋଲ୍ଲା ଖାମେନେଇଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୋଜତାବା ଖାମେନେଇଙ୍କୁ ସର୍ବୋଚ୍ଚ ନେତା ମନୋନୟନ କରାଯାଇଥିଲା। ମାତ୍ର ମୋଜତାବା ଖାମେନେଇ ଯୁଦ୍ଧରେ ଆହତ ହୋଇ ଏ​‌ବେ କୋମାରେ ରହିଛନ୍ତି। ସେ ସର୍ବସାଧାରଣରେ ଦେଖାଯାଉ ନାହାନ୍ତି। ଏପରିସ୍ଥିତିରେ ରାଷ୍ଟ୍ରପତି ମାସୁଦ ପେଜେସ୍‌କିଆନ ଦେଶର ଶାସନ ଦାୟିତ୍ବ ନିର୍ବାହ କରିବାର ନିୟମ ରହିଛି। ମାତ୍ର ଇରାନର ସେନା ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (ଆଇଆରଜିସି) ରାଷ୍ଟ୍ରପତି ପେଜେସ୍‌କିଆନଙ୍କୁ ଉପେକ୍ଷା କରି ଦେଶର ଶାସନ କାର୍ୟ୍ୟକୁ ନିଜ ନିୟନ୍ତ୍ରଣକୁ ନେଇଛି। କଠୋରପନ୍ଥୀ ଭାବେ ପରିଚିତ ଆଇଆରଜିସି ଏବେ ଇରାନର ସାମରିକ ବାହିନୀ ସହିତ ଦେଶର ନୀତି ନିର୍ଦ୍ଧାରକ ସାଜିଛି। ଏପରି କ୍ଷେତ୍ରରେ ଶାନ୍ତି କଥାବାର୍ତ୍ତା ପାଇଁଇରାନ ପକ୍ଷରୁ ପ୍ରତିନିଧିତ୍ବ କରିବାକୁ କେହି ଉପଲବ୍ଧ ହୋଇପାରୁ ନାହାନ୍ତି। ଗୋଟିଏ ପଟେ ଆମେରିକା କହୁଛି ଯେ ଇରାନ ସହିତ ଶାନ୍ତି କଥାବାର୍ତ୍ତା ସକାରାତ୍ମକ ଦିଗରେ ଆଗେଇ ଚାଲିଛି। ମାତ୍ର ଇରାନ ଏହି କଥାବାର୍ତ୍ତାକୁ ଅସ୍ବୀକାର କରି ଚାଲିଛି।

ନିକଟରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ କହିଥିଲେ ଯେ ମୋଜତାବା ଖାମେନେଇ କୋମା ଅବସ୍ଥାରେ ଅଛନ୍ତି। ଏପରି କି ତାଙ୍କ ଶରୀରର କିଛି ଅଙ୍ଗପ୍ରତ୍ୟଙ୍ଗ ନଷ୍ଟ ହୋଇଯାଇଛି। ଆଇଆରଜିସି ବରିଷ୍ଠ ଅଧିକାରୀମାନେ ଏବେ ମୋଜତାବାଙ୍କୁ ସୁରକ୍ଷା ବଳୟ ମଧ୍ୟରେ ରଖିଛନ୍ତି। ତାଙ୍କ ପାଖକୁ ସରକାରୀ ଅଧିକାରୀଙ୍କ ଆଗମନକୁ ମଧ୍ୟ ସୀମିତ କରାଯାଇଛି। ଏପରି କି ରାଷ୍ଟ୍ରପତି ପେଜେସ୍‌କିଆନ ଅନେକ ଥର ମୋଜତାବାଙ୍କୁ ସାକ୍ଷାତ କରିବାକୁ ଯାଇଥିବାବେଳେ ଆଇଆରଜିସିର ଅଧିକାରୀମାନେ ତାଙ୍କୁ ଏଥିପାଇଁ ଅନୁମତି ଦେଉନାହାନ୍ତି। ହୋସେ ଦେହଘାନଙ୍କୁ ଗୁଇନ୍ଦା ବିଭାଗ ମନ୍ତ୍ରୀ ଭାବେ ନିଯୁକ୍ତି ଦେବାକୁ ରାଷ୍ଟ୍ରପତି ପେଜେସ୍‌କିଆନ ଉଦ୍ୟମ କରିଥିବାବେଳେ ଆଇଆରଜିସିର ମୁଖ୍ୟ କମାଣ୍ଡର ଏହାକୁ ଅନୁମୋଦନ କରିବାକୁ ମନା କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS