Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମଦ ପିଇ ଚାଲିଗଲା ୧୫ଜଣଙ୍କ ଜୀବନ

ମଦ ପିଇ ଚାଲିଗଲା ୧୫ଜଣଙ୍କ ଜୀବନ

ODIASpotNEWS 1 day ago

ଇମ୍ଫାଲ୍: ମଣିପୁରର ଚାନ୍ଦେଲ ଜିଲ୍ଲାରେ ନକଲି ମଦ ନେଲା ଜୀବନ । ଏଯାବତ୍ ଅତିକମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୮୦ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ୪୮ ଘଣ୍ଟା ମଧ୍ୟରେ ଏହି ମୃତ୍ୟୁ ପରେ, ଜିଲ୍ଲା ପ୍ରଶାସନ ଏକ ଜନସ୍ୱାସ୍ଥ୍ୟ ପରାମର୍ଶ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି ।

ଏହି ଘଟଣଆରେ ତଦନ୍ତ ଆରମ୍ଭ ହୋଇଛି ଏବଂ ମଦର ଉତ୍ସ ଖୋଜିବା ପାଇଁ ପ୍ରୟାସ ଚାଲିଛି ।
ପ୍ରାରମ୍ଭିକ ତଦନ୍ତରୁ ୮ଜଣ ମୃତକଙ୍କ ସମ୍ପର୍କରେ ଜଣାପଡ଼ିଛି, ସେମାନେ ହେଉଛନ୍ତି କିଶାନ ହରାଙ୍ଗବୁଙ୍ଗ ଅନାଲ (୩୨), ହରାଙ୍ଗବୁଙ୍ଗ ବେରୁଙ୍ଗ ଅନାଲ (୫୦), ହରାଙ୍ଗବୁଙ୍ଗ ମୋହରିଙ୍ଗ ଅନାଲ (୪୬), ଆରଡି ଅଙ୍ଗନହିରିଙ୍ଗ ଅନାଲ (୩୭), କିଆଇ ରାମତିଆଙ୍ଗ ଅନାଲ (୪୪), ଏନ.ଏଲ. ମୋଥାରହିଙ୍ଗ ଅନାଲ, ଟିଏସ ଆଶିଙ୍ଗ ଓ ଟିଏଲ ଲଭଲି ସାମିଲ । ପୋଲିସର ସୂଚନା ଅନୁଯାୟୀ, କିଛି ଲୋକ ନିଜ ଘରେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟମାନେ ଡାକ୍ତରଖାନାକୁ ନେବା ବାଟରେ ଓ ଚକପିକାରୋଙ୍ଗର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।

ପରେ ଚାନ୍ଦେଲ ପୋଲିସ ସ୍ପଷ୍ଟ କରିଛି ଯେ ମୃତକଙ୍କ ଦ୍ୱାରା ପିଇଥିବା ମଦ କାକଚିଙ୍ଗ ଜିଲ୍ଲାର ସୁଗାନୁ ଅଞ୍ଚଳରୁ ଅଣାଯାଇଥିଲା । ଏହା ଚାନ୍ଦେଲ ଜିଲ୍ଲାରେ ତିଆରି ହେଉନଥିଲା । ପୋଲିସ ଅନୁଯାୟୀ, ରିପୋର୍ଟ ହୋଇଥିବା ମୃତ୍ୟୁ ମଧ୍ୟରୁ ୫ଜଣ ସୁଗାନୁ ଥାନା ଅଧୀନର । ଚାନ୍ଦେଲର ଡେପୁଟି କମିଶନର ଗୁରୁବାର ଦିନ ଏକ ସ୍ୱାସ୍ଥ୍ୟ ପରାମର୍ଶ ଜାରି କରିଛନ୍ତି । ପ୍ରଶାସନ କହିଛି ଯେ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ଡାକ୍ତରୀ ଏବଂ ବୈଜ୍ଞାନିକ ଭାବରେ ନିଶ୍ଚିତ ହୋଇନାହିଁ । ଏନେଇ ତଦନ୍ତ ଚାଲିଛି ।
ମଣିପୁର ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚାନ୍ଦ ସିଂହ ଇମ୍ଫାଲର ଶିଜା ହସ୍ପିଟାଲ ଏବଂ ଗବେଷଣା ପ୍ରତିଷ୍ଠାନ ଓ ବାବିନା ହସ୍ପିଟାଲ ପରିଦର୍ଶନ କରିଥିଲେ । ସେଠାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଏବଂ ଡାକ୍ତରଙ୍କ ସହ ସେମାନଙ୍କ ଚିକିତ୍ସାର ସ୍ଥିତି ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଅପରାଧୀମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ । ବିଶେଷଜ୍ଞ ଡାକ୍ତର ଏବଂ ଆବଶ୍ୟକୀୟ ଔଷଧ ସହିତ ଏକ ଡାକ୍ତରୀ ଦଳ ମଧ୍ୟ ଚାନ୍ଦେଲ ଜିଲ୍ଲାକୁ ପଠାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS