ପୁରୀ: ମହାପ୍ରଭୁଙ୍କ ବ୍ୟବହାର ପାଇଁ ଜଣେ ଭକ୍ତ ବୁଧବାର ତିନିଗୋଟି ସୁନା ଜିଭଛେଲା ଅର୍ପଣ କରିଛନ୍ତି । ତାଙ୍କ ନାମ ପଦ୍ମଚରଣ ପାତ୍ର ଏବଂ ଘର ଭୁବନେଶ୍ୱର । ସୁନା ଜିଭଛେଲାର ଓଜନ ୯୦ ଗ୍ରାମ ୩୩୦ ମିଲିଗ୍ରାମ ଥିବା ଜଣାପଡ଼ିଛି । ପ୍ରତ୍ୟେକ ଦିନ ସକାଳେ ମହାପ୍ରଭୁଙ୍କ ଅବକାଶ ନୀତି ଅନୁଷ୍ଠିତ ହୋଇଥାଏ । ସେତେବେଳେ ସୁନା ଜିଭଛେଲା ବ୍ୟବହାର କରାଯିବ । ଏହା ପୂର୍ବରୁ ମହାପ୍ରଭୁଙ୍କ ବେଶ ପାଇଁ ଶ୍ରୀ ପାତ୍ର ତିନିହଳ ସୁନା ଚନ୍ଦ୍ରସୂର୍ଯ୍ୟ ପ୍ରଦାନ କରିଥିଲେ ।