Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମହିଳାଙ୍କୁ ଟାଣି ନେଲା କୁମ୍ଭୀର !

ମହିଳାଙ୍କୁ ଟାଣି ନେଲା କୁମ୍ଭୀର !

ODIASpotNEWS 2 weeks ago

କେନ୍ଦ୍ରାପଡ଼ା : ପୁଣି କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ । ମହିଳାଙ୍କୁ ଟାଣିନେଲା କୁମ୍ଭୀର । ପଟ୍ଟାମୁଣ୍ଡାଇ ବ୍ଲକର ଦାମୋଦର ପାଟଣା ଗାଁରେ ଘଟିଛି ଅଭାବନୀୟ ଘଟଣା । ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି ଜଣେ ମହିଳା । ମହିଳାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ ।

ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତ ଦାମୋଦର ପାଟଣା ଗାଁ ର ସୁଚିତ୍ରା ଦାସ, ସକାଳୁ ଶୌଚ ହେବା ପାଇଁ ନଦୀ କୂଳକୁ ଯାଇଥିଲେ ।

କିନ୍ତୁ ଦୀର୍ଘ ସମୟ ଧରି ସେ ଘରକୁ ଫେରି ନଥିଲେ । ବହୁ ସମୟ ଧରି ନଫେରିବାରୁ ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ଖୋଜାଖୋଜି କରି ଥିଲେ । ନଈ କୂଳରେ ତାଙ୍କ ବ୍ୟବହୃତ ଜିନିଷପତ୍ର ପଡ଼ିଥିବା ଦେଖି କୁମ୍ଭୀର ତାଙ୍କୁ ଟାଣି ନେଇଥିବା ସନ୍ଦେହ କରିଥିଲେ । କୁମ୍ଭୀର ଟାଣି ନେଇଥିବା ସ୍ପଷ୍ଟ ହେବା ପରେ ପୁଲିସ ଓ ଅଗ୍ନିଶମବାହିନୀଙ୍କୁ ଖବର ଦିଆଯାଇଥିଲା ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି । ସୁଚିତ୍ରାଙ୍କୁ ଉଦ୍ଧାର କରିବା ପାଇଁ ବୋଟ୍ ଓ ବିଶେଷ ସରଞ୍ଜାମ ସାହାଯ୍ୟରେ ନଦୀ ଭିତରେ ଖୋଜାଖୋଜି ଜାରି ରହିଛି। ଏହି ଘଟଣା ପରେ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୁଚିତ୍ରା ଜଣେ ପାଚିକା ଭାବେ କାର୍ଯ୍ୟ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ ବୋଲି ପ୍ରାଥମିକ ସୂଚନାରୁ ଜଣା ପଡ଼ିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS