Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମଣିପୁରରେ ହିଂସା: ଉଗ୍ରବାଦୀଙ୍କ ଗୁଳିମାଡ଼ରେ ୪ ମୃତ

ମଣିପୁରରେ ହିଂସା: ଉଗ୍ରବାଦୀଙ୍କ ଗୁଳିମାଡ଼ରେ ୪ ମୃତ

ODIASpotNEWS 17 hrs ago

ମ୍ଫାଲ: ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ପୁଣି ହିଂସା ଦେଖିବାକୁ ମିଳିଛି । ରବିବାର ଉଗ୍ରବାଦୀଙ୍କ ଦୁଇଟି ପୃଥକ୍‌ ଆକ୍ରମଣରେ ଦୁଇ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ୬ ବର୍ଷୀୟ ନାବାଳକ ଆହତ ହୋଇଛନ୍ତି । ତାମେଙ୍ଗଲୋଙ୍ଗ ଓ ନୋନି ଜିଲ୍ଲାରେ ଏହି ଗୁଳିକାଣ୍ଡ ଘଟିଛି ।

ପୁଲିସ ସୂଚନା ମୁତାବକ, ତାମେଙ୍ଗଲୋଙ୍ଗରେ ରବିବାର ଭୋର ସମୟରେ ଉଗ୍ରବାଦୀଙ୍କ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା ।

ମୃତକଙ୍କ ମଧ୍ୟରେ ଦମ୍ପତି ରହିଛନ୍ତି । ସେମାନଙ୍କ ୬ ବର୍ଷୀୟ ପୁଅ ଗୁଳିମାଡ଼ରେ ଗୁରୁତର ଆହତ ହୋଇଛି । ଟୋଲେନ ଗ୍ରାମରେ ଏହା ଘଟିଥିଲା । ଏହାର ୧୨ ଘଣ୍ଟା ପରେ ନୋନି ଜିଲ୍ଲାର ଲୋଙ୍ଗପି ଗ୍ରାମରେ ଘଟିଥିବା ଅନ୍ୟ ଏକ ହମଲାରେ ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଏହାପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ଅଦ୍ୟାବଧି କୌଣସି ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରିନାହାନ୍ତି ।
ରବିବାର କୁକି ସମୁଦାୟ ପକ୍ଷରୁ 'ସହିତ ନି' ବା 'କଳା ଦିବସ' ପାଳନ କରାଯାଉଥିଲା । ୧୯୯୦ ଦଶକରେ କୁକି-ନାଗା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ଏହି ଦିବସ ପାଳିତ ହେଉଥିଲା । ଘଟଣାକୁ ନେଇ ମଣିପୁର ମୁଖ୍ୟମନ୍ତ୍ରୀ ୱାଇ ଖେମଚନ୍ଦ ସିଂହ ଶୋକବ୍ୟକ୍ତ କରିଛନ୍ତି । ନିର୍ଦ୍ଦୋଷ ନାଗରିକଙ୍କ ବିରୋଧରେ ଏଭଳି ହିଂସା ଭୀରୁତାର ପରିଚୟ ଦେଉଥିବା ସେ କହିଛନ୍ତି ।

​​​​​​​

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS