Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମୋଦୀଙ୍କ ଉପହାରରେ ଓଡ଼ିଶା କଳାର ଝଲକ

ମୋଦୀଙ୍କ ଉପହାରରେ ଓଡ଼ିଶା କଳାର ଝଲକ

ODIASpotNEWS 4 days ago

ଭୁବନେଶ୍ୱର: ନରୱେ ମହାରାଣୀ ଓ ରାଜାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପହାରରେ ଓଡ଼ିଶାର କଳାର ଝଲକ । ବିଶ୍ବ ଦରବାରରେ ଝଲସିଲା ଓଡ଼ିଶା କଳା ଭାସ୍କର୍ୟ୍ୟ । ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତି ପୁଣିଥରେ ବିଶ୍ୱ ଦରବାରରେ ଚମକିଛି । ନରୱେ ଗସ୍ତ ତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନରୱେର ମହାରାଣୀ ସୋଞ୍ଜାଙ୍କୁ ଓଡ଼ିଶାର ଏକ ପାରମ୍ପରିକ ତଥା ଅତି ସୂକ୍ଷ୍ମ କଳାକୃତି 'ତାଳପତ୍ର ପଟ୍ଟଚିତ୍ର' ଉପହାର ଭାବେ ଦେଇଛନ୍ତି ।

ସେହିପରି ନରୱେ ରାଜା ହାରାଲ୍ଡ ପଞ୍ଚମଙ୍କୁ ରୁପା ତାରକସି ସେଲ୍‌ବୋଟ୍‌ ଭେଟି ଦେଇଛନ୍ତି । ସୁକ୍ଷ୍ମ ରୁପା ଓ ତାରର କାମ ଓ ନିଖୁଣି କାରିଗରୀ ପାଇଁ ତାରକସି କାମ ବେଶ ପ୍ରସିଦ୍ଧ । ସେହିପରି ତାଳପତ୍ର ପଟ୍ଟଚିତ୍ର ମଧ୍ୟ ପ୍ରସିଦ୍ଧ ।
ଓଡ଼ିଶାର ଏହି ପ୍ରାଚୀନ ଏବଂ ଜଟିଳ କଳା ଶୈଳୀର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ସାଧାରଣ କପଡ଼ା ଆଧାରିତ ପଟ୍ଟଚିତ୍ରଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୟାସ ଯୋଗୁଁ ନରୱେର ମହାରାଣୀ ଓଡ଼ିଶାର ଏହି ପ୍ରାଚୀନ ଐତିହ୍ୟ ବିଷୟରେ ଜାଣିବା ସହ ଭାରତ ଓ ନରୱେ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ଆହୁରି ମଜବୁତ ହୋଇଛି । ଓଡ଼ିଶାର କାରୁକାର୍ୟ୍ୟକୁ ବିଶ୍ୱସ୍ତରରେ ଏଭଳି ସମ୍ମାନ ମିଳିବା ପରେ ରାଜ୍ୟର ଶିଳ୍ପୀ ମହଲରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS