Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମୁଖ୍ୟମନ୍ତ୍ରୀଙ୍କ ସେବା ସଂକଳ୍ପ ଅଭିଯାନ ସମୀକ୍ଷା

ମୁଖ୍ୟମନ୍ତ୍ରୀଙ୍କ ସେବା ସଂକଳ୍ପ ଅଭିଯାନ ସମୀକ୍ଷା

ODIASpotNEWS 15 hrs ago

ଭୁବନେଶ୍ୱର:ଦୁବାଇ ଗସ୍ତରୁ ଫେରିବା ପରେ ସିଧାସଳଖ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଥିବାବେଳେ, ଏହି ଅବସରରେ ଦଳ ପକ୍ଷରୁ ଓଡ଼ିଶାରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି 'ସେବା ସଂକଳ୍ପ ଅଭିଯାନ' ଆୟୋଜନ କରାଯିବା ନେଇ ବୈଠକରେ ବିସ୍ତୃତ ରୂପରେଖ ପ୍ରସ୍ତୁତ ହୋଇଛି।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ। 'ସେବା ସଙ୍କଳ୍ପ ଯାତ୍ରା'ର ଓଡ଼ିଶା ପ୍ରଭାରୀ ଦାୟିତ୍ୱରେ ଥିବା ସଞ୍ଜୟ ଜୟସ୍ୱାଲ ବୈଠକରେ ଦଳୀୟ କାର୍ଯ୍ୟକ୍ରମ ଏବଂ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ମଧ୍ୟରେ ଥିବା ସମନ୍ୱୟ ଉପରେ ଆଲୋଚନା କରିଥିଲେ। ସେପ୍ଟେମ୍ବର ୧୭ରେ ରାଜ୍ୟବ୍ୟାପୀ ବୃହତ୍ ରକ୍ତଦାନ ଶିବିର ଆୟୋଜନ କରାଯିବ। ବୈଠକ ସମ୍ପର୍କରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଦଳ ଓ ସରକାର ମିଳିତ ଭାବେ କିପରି ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବେ ଏବଂ ଲୋକଙ୍କ ସେବା କରିବେ, ସେନେଇ ସମସ୍ତ ମନ୍ତ୍ରୀ ଓ ବରିଷ୍ଠ ସଦସ୍ୟ ବୈଠକରେ ଆଲୋଚନା କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODIA Spot NEWS